ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର,୫/୯:  ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ପରୀକ୍ଷା ଫଳ ଆଜି  ପ୍ରକାଶ ପାଇବ। ଏହା ସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ବାହାରିବ ବୋଲି ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ ପରେ ଛାତ୍ରୀଛାତ୍ରମାନେ www.orissaresults.in ଓ୍ବେବ୍‌ସାଇଟ୍‌ରେ ରୋଲ୍‌ ନମ୍ବର ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: