ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୧୮/୦୯: ଆଜି ଦିନ ୧୧ଟା ରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ମେଧା ତାଲିକା ବା କଟ୍‌ ଅଫ୍‌ ମାର୍କ ବାହାରିବ । ପୂର୍ବାହ୍ନ ୧୧ଟାରେ ସାମ୍ ସ ୱେବସାଇଟ୍ ରେ ପ୍ରଥମ ପର୍ଯ୍ୟାୟ କଟ୍  ଅଫ୍  ମାର୍କ ପ୍ରକାଶ କରାଯିବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ।ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖରେ ସରିବ । ଚଳିତବର୍ଷ ୨୦୨୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ହାୟର୍‌ ସେକେଣ୍ଡାରୀ ସ୍କୁଲ)ର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ଯୁକ୍ତ ଦୁଇ ନାମଲେଖା ଅନୁଷ୍ଠିତ ହେବ । କଳାରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍‌ ରହିଛି । ସେହିପରି ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୯୯୮ ସିଟ୍‌ ଥିବାବେଳେ ବାଣିଜ୍ୟରେ ୪୪ ହଜାର ୩୨୩, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକରେ ୧୧ ହଜାର ୨୪ଟି ସିଟ୍‌ ରହିଛି । ଏତେ ସଂଖ୍ୟକ ସିଟ୍‌ ପାଇଁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୧୫ ହଜାର ୭ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ମାତ୍ର ୩ ଲକ୍ଷ ୭୯ ହଜାର ୮୧୫ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଛନ୍ତି । ତେଣୁ ଚଳିତ ବର୍ଷ ଯୁକ୍ତ ଦୁଇରେ ମଧ୍ୟ ସିଟ୍‌ ଖାଲିପଡ଼ିବ । ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍  ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍  ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ। ନାମଲେଖା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଲାଗି ନିର୍ଦେଶାବଳୀ ଜାରି ହୋଇଛି। କୋଭିଡ୍ -୧୯ ଗାଇଡ୍ ଲାଇନ୍  ଅନୁଯାୟୀ କଲେଜ କ୍ୟାମ୍ପସରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି। ନାମଲେଖାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ଜଣେ ମାତ୍ର ଅଭିଭାବକ ଆସିପାରିବେ। କଲେଜଗୁଡ଼ିକ ଦୁଇଟି ପର୍ଯ୍ୟାୟରେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ଇଣ୍ଟିମେସନ ଲେଟରରେ କୋଭିଡ୍ -୧୯ ସମ୍ପର୍କିତ ତଥ୍ୟ, ନାମଲେଖା ସମ୍ପର୍କିତ ଡକ୍ୟୁମେଣ୍ଟ ରହିବ। ପ୍ରତି ଘଣ୍ଟାକୁ ଅତିବେଶିରେ ବିଭାଗ ପିଛା ୧୫ ଜଣ ପ୍ରାର୍ଥୀଙ୍କୁ ଡାକିବାକୁ କୁହାଯାଇଛି। ଯେଉଁମାନେ ନିର୍ଦ୍ଧାରିତ ସମୟରେ ନାମଲେଖାଇ ପାରିବେ ନାହିଁ ସେମାନଙ୍କୁ ଆପରାହ୍ନ ୪ଟାରୁ ୫ଟା ମଧ୍ୟରେ ସୁଯୋଗ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: