ଆଜି ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ

କୋଲକାତା,୨୪/୦୫ :ଚଳିତ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି ।  ଆଜି  ପ୍ଲେ-ଅଫ୍‌ ରାଉଣ୍ଡ ଆରମ୍ଭ ହେବ । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଇଡେନ୍‌ ଗାର୍ଡେନ୍ସରେ ଏହି ମ୍ୟାଚ୍‌ ଖେଳାଯିବ। ବିଜୟୀ ଦଳ ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ଟାଇଟନ୍ସ ଆଧିପତ୍ୟ ଜାରି ରଖିବାକୁ ଯୋଜନା କରିଛି ।   ଟାଇଟନ୍ସ ଦଳ ସିଜନ ଆରମ୍ଭରୁ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଟସ୍‌ ମଧ୍ୟ ଦଳକୁ ପ୍ରଭାବିତ କରିନଥିଲା । ପ୍ରଥମ ଦଳ ଭାବେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ସହ ଟାଇଟନ୍ସ ବିଜୟୀ ହୋଇଥିଲା । ଉଭୟ ଦଳ ସମାନ ରଣନୀତି ନେଇ ଖେଳିବା ନିଶ୍ଚିତ । ଅର୍ଥାତ ୬ ବ୍ୟାଟର ଓ ୫ ବୋଲର ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ । ଟାଇଟନ୍ସ ପକ୍ଷରୁ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ରେ ପାଣ୍ଡ୍ୟା ୮୭ ରନ୍‌ର ଇନିଂସ ଖେଳିଥିଲେ । ସେହିପରି ଗତ କିଛି ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିବା ବଟଲରଙ୍କ ବ୍ୟାଟ୍‌ରୁ ରୟାଲ୍ସ ବଡ ଇନିଂସର ଆଶା ରଖିବ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍‌ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ସାଇ କିଶୋର, ମହମ୍ମଦ ସାମି, ଲୋକି ଫର୍ଗୁସନ, ୟଶ ଦୟାଲ ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଯସଶ୍ୱୀ ଜୈସ୍ୱାଲ, ସଞ୍ଜୁ ସାମସନ(ଅଧିନାୟକ), ଦେବଦତ୍ତ ପାଡ଼ିକଲ, ସିମରନ ହେତମେୟର, ରିୟାନ ପରାଗ, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକୟ, ୟୁଝବେନ୍ଦ୍ର ଚହଲ, କୁଲଦୀପ ସେନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: