ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପତ୍ତି କାର୍ଡର ଶୁଭାରମ୍ଭ କରିବେ

ନୂଆଦିଲ୍ଲୀ,୧୧|୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ସମ୍ପତ୍ତି କାର୍ଡର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ପ୍ରାୟ ଏକ ଲକ୍ଷ ସମ୍ପତ୍ତି ମାଲିକ ସେମାନଙ୍କ ମୋବାଇଲ୍ ଫୋନକୁ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ସହ ଜଡିତ କାର୍ଡଗୁଡ଼ିକୁ ଡାଉନଲୋଡ୍ କରିପାରିବେ। ଏହି ଯୋଜନାକୁ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଏବଂ ଆଜି ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।     ଏହି କାର୍ଡ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ମୋଦୀ କହିଛନ୍ତି ଯେ, ଏହି ଯୋଜନାର ଲାଭ ଗ୍ରାମାଞ୍ଚଳ ଲୋକଙ୍କୁ ମିଳିବ । ଶନିବାର ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ଯେ, ରବିବାର ଗ୍ରାମରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଏକ ବଡ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛି । ସକାଳ ୧୧ଟାରେ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ ହେବ ।  ଏହି ଯୋଜନା କୋଟି କୋଟି ଭାରତୀୟଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ମହାରାଷ୍ଟ୍ର ବ୍ୟତୀତ ଏହି ସମସ୍ତ ରାଜ୍ୟର ହିତାଧିକାରୀମାନେ ଗୋଟିଏ ଦିନ ମଧ୍ୟରେ ସେମାନଙ୍କ ସମ୍ପତ୍ତି କାର୍ଡ ପାଇ ପାରିବେ। ମହାରାଷ୍ଟ୍ରରେ ସମ୍ପତ୍ତି କାର୍ଡ ପାଇଁ କିଛି ରାଶି ସଂଗ୍ରହ କରିବାର ବ୍ୟବସ୍ଥା ରହିଛି, ତେଣୁ ମହାରାଷ୍ଟ୍ରରେ ହିତାଧିକାରୀମାନଙ୍କୁ କାର୍ଡ ଦେବା ପାଇଁ ୧ ମାସ ଲାଗିବ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: