ଆଜି ପ୍ରସିଦ୍ଧ ‘ରୁକୁଣା ରଥ ଯାତ୍ରା’ ,ଅପରାହ୍ଣ ୩ଟା ୩୦ରେ ରଥଟଣା

ଭୁବନେଶ୍ୱର ୦୯/୦୪: ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ‘ରୁକୁଣା ରଥ ଯାତ୍ରା’ ଆଜି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟା ୩୦ରେ ରଥ ରଥ ଟଣା ହେବ । ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳା ଆଳତି ସକାଳ ୫ ଟାରେ ଅନୁଷ୍ଠିତ ହୋଇଥିଲା । ପ୍ରଭୁଙ୍କ ପହଣ୍ଡି ପ୍ରଥା ମଧ୍ୟାହ୍ନ ୧୨:୩୦ ରୁ ୧:୩୦ ମଧ୍ୟରେ ଅନୁଷ୍ଠିତ ହେବ । ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ଓ ରଥାରୁଢ ହେବ । ରଥ ଉପରେ ପ୍ରଭୁଙ୍କୁ ଦେଢଟାରୁ ୩ଟା ୩୦ ମଧ୍ୟରେ ପୂଜା ପରେ ରଥ ଟଣା ଆରମ୍ଭ ହେବ । ଗତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ରଥଟଣା ଉପରେ କଟକଣା ଲାଗିଥିବାବେଳେ ଚଳିତ ବର୍ଷ ଭକ୍ତ ରଥ ଟାଣିବେ ।ଏପ୍ରିଲ ୧୩ ରେ ‘ବାହୁଡ଼ା ରୀତିନୀତି ଅନୁଷ୍ଠିତ ହେବ । ରୁକୁଣା ରଥ ଯାତ୍ରା ପାଇଁ ସପ୍ତମରେି ଥିବା ମୁକେଶ୍ୱର ମନ୍ଦିର ନିକଟରେ ଥିବା ମରିଚି କୁଣ୍ଡରୁ ଏହି ଜଳ ସଂଗ୍ରହ କରାଯାଇଥିଲା । ପରମ୍ପରା ଅନୁଯାୟୀ ଜଳକୁ ଦୁଇଟି ପର୍ଯ୍ୟାୟରେ ନିଲାମ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏକ ଧାତୁ ପାତ୍ରକୁ ୧,୩୦,୦୦୦ ଟଙ୍କାରେ ନିଲାମ କରାଯାଇଥିବାବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ୪୭,୦୦୦ ଟଙ୍କା ନିଲାମ କରାଯାଇଥିଲା।ଆଜି ଏବଂ ଏପ୍ରିଲ ୧୩ ରେ ମାଉସୀ ମା ଛକ ଠାରୁ ରଥ ରୋଡ ପର୍ଯ୍ୟନ୍ତ ଟ୍ରାଫିକ ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ସମୟରେ ମାଉସିମା ଛକରୁ ରଥ ରୋଡରେ କୌଣସି ଯାନକୁ ଅନୁମତି ଦିଆଯିବ ନାହିଁ। ସେଗୁଡିକ ସଂଗ୍ରହାଳୟ ଠାକୁର କିମ୍ବା ବିବେକାନନ୍ଦ ମାର୍ଗ ଆଡକୁ ଯିବେ । ରଥ ଖାଲାରୁ କୌଣସି ଯାନବାହାନକୁ ରଥ ରୋଡରେ ଅନୁମତି ଦିଆଯିବ ନାହିଁ, ବରଂ ସେମାନେ ରଥ ଖଳାରୁ ବଟ ମହାଦେବ ମନ୍ଦିର ଆଡ଼କୁ ଅଗ୍ରସର ହେବେ । ପରାମର୍ଶଦାତାଙ୍କୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ ୫୦୦ ଟଙ୍କା ଦଣ୍ଡିତ କରାଯାଇପାରେ ଯାହା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜନସାଧାରଣଙ୍କ ଅଂଶଗ୍ରହଣରେ ରୁକୁନା ରଥ ଯାତ୍ରା ଅନୁଷ୍ଠିତ ହେବ। ପାନୀୟ ଜଳର ବ୍ୟବସ୍ଥା ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: