ଆଜି ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ,ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ,୨୪ ।୩ :ଆଜି ବିଶ୍ୱ ଯକ୍ଷ୍ମା ଦିବସ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ବାରଣାସୀ ଗସ୍ତ କରିବେ । ପୂର୍ବାହ୍ନରେ ସେ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ। ମଧ୍ୟାହ୍ନରେ  ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଷ୍ଟପ୍ ଟିବି ପାର୍ଟନରସିପ୍ ଦ୍ୱାରା ଆୟୋଜିତ ହେଉଛି । ୨୦୦୧ ରେ ପ୍ରତିଷ୍ଠିତ, ଷ୍ଟପ୍ ଟିବି ପାର୍ଟନରସିପ୍ ହେଉଛି ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ସଂଗଠନ, ଯାହା ଯକ୍ଷ୍ମା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ, ସମୁଦାୟକୁ ଏବଂ ଦେଶର ସ୍ୱରକୁ ଉଚ୍ଚ କରିଥାଏ । ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ। ପୂର୍ବାହ୍ନରେ ସେ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ଵ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ। ମାର୍ଚ୍ଚ ୨୦୧୮ରେ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏଣ୍ଡ ଟିବି ଶିଖର ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ୨୦୨୫ ସୁଦ୍ଧା ଯକ୍ଷ୍ମା ସମ୍ବନ୍ଧୀୟ ଏସ୍‌ଡିଜି ଲକ୍ଷ୍ୟ ଗୁଡିକୁ ହାସଲ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତରୁ ଏହାକୁ ଶେଷ କରିବା ପାଇଁ ଆହ୍ଵାନ କରିଥିଲେ । ଏହି ସମ୍ମିଳନୀରେ ୩୦ରୁ ଅଧିକ ଦେଶରୁ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି, ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ଵବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ବାରାଣାସୀ କ୍ୟାଣ୍ଟ ଷ୍ଟେସନରୁ ଗୋଦୋଲିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପର ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପାଞ୍ଚଟି ଷ୍ଟେସନ ସହିତ ରୋପୱେ ବ୍ୟବସ୍ଥାର ଲମ୍ବ ୩.୭୫ କିଲୋମିଟର ହେବ । ଏହା ପର୍ଯ୍ୟଟକ ମାନଙ୍କ ନିମନ୍ତେ, ତୀର୍ଥଯାତ୍ରୀ ଏବଂ ବାରଣାସୀ ବାସିନ୍ଦା ମାନଙ୍କ ପାଇଁ ଯାତାୟତର ସହଜତାକୁ ସୁଗମ କରିବ । ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ଯୋଜନା ଅଧୀନରେ ଭଗବାନପୁର ଠାରେ ୫୫ ଏସ୍‌ଏଲ୍‌ଡି ବର୍ଜ୍ୟ ପରିଚାଳନା ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହା ୫.୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବ । ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ସିଗରା ଷ୍ଟାଡିୟମର ପୁନଃ ନିର୍ମାଣ କାର୍ଯ୍ୟର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ୱାରା ନିର୍ମିତ ହେବାକୁ ଥିବା ଇସରୱାର ଗ୍ରାମରେ ଏଲପିଜି ବଟଲିଂ ପ୍ଲାଣ୍ଟର ମଧ୍ୟ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଭରଥରା ଗ୍ରାମରେ ଚେଞ୍ଜିଂ ପ୍ରକୋଷ୍ଠ ସହିତ, ଫ୍ଲୋଟିଂ ଜେଟ୍ଟି ଇତ୍ୟାଦି ଅନ୍ୟାନ୍ୟ ସୁବିଧା ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ଅନ୍ୟ ପ୍ରକଳ୍ପ ଗୁଡିକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଜଳ ଜୀବନ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ୧୯ ଟି ପାନୀୟ ଜଳ ଯୋଜନା ଗୁଡିକର ଉତ୍ସର୍ଗ କରିବେ, ଯାହା ଦ୍ୱାରା ୬୩ଟି ଗ୍ରାମ ପଞ୍ଚାୟତର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଗ୍ରାମୀଣ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ପିଏମ୍ ମିଶନ ଅଧୀନରେ ୫୯ ଟି ପାନୀୟ ଜଳ ଯୋଜନା ଗୁଡିକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।ବାରଣାସୀର ତଥା ଏହାର ଆଖପାଖରେ ଥିବା କୃଷକ, ରପ୍ତାନିକାରୀ ଏବଂ ବ୍ୟବସାୟୀ ମାନଙ୍କ ପାଇଁ ଫଳ ଏବଂ ପନିପରିବାର ଗ୍ରେଡିଂ, ସର୍ଟିଂ, ପ୍ରକ୍ରିୟାକରଣ କରଖିଆନ୍ ଠାରେ ନିର୍ମିତ ଏକ ସମନ୍ୱିତ ପ୍ୟାକ୍ ହାଉସରେ ସମ୍ଭବ ହେବ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଟିସି ଟାୱାର ସମେତ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ମଧ୍ୟ ଉତ୍ସର୍ଗ କରିବେ; ଜଳ କାର୍ଯ୍ୟ ପରିସର, ଭେଲୁପୁର ଠାରେ ୨ ମେଗାୱାଟ ସୌର ଶକ୍ତି କେନ୍ଦ୍ର, କୋନିଆ ପମ୍ପିଂ ଷ୍ଟେସନରେ ୮୦୦ କିଲୋୱାଟ ସୌର ଶକ୍ତି କେନ୍ଦ୍ର; ସାରନାଥ ଠାରେ ନୂତନ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର; ଚାନ୍ଦପୁର ଠାରେ ଔଦ୍ୟୋଗିକ ସମ୍ପତ୍ତିର ଭିତ୍ତିଭୂମି ଉନ୍ନତି; ଅନ୍ୟାନ୍ୟ ମଧ୍ୟରେ କେଦାରେଶ୍ୱର, ବିଶ୍ୱେଶ୍ୱର ଏବଂ ଓଙ୍କାରେଶ୍ୱର ଖଣ୍ଡ ପରିକ୍ରମା ସହିତ ଅନ୍ୟ ମନ୍ଦିର ଗୁଡିକର ପୁନରୁଦ୍ଧାର ଆଦି ଅନ୍ତର୍ଭୁକ୍ତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!