କଟକ ,୧୨/୦୬: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯିବ । ଏଥି ପାଇଁ ପ୍ରସ୍ତୁତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ ।ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ଟି-୨୦ ମ୍ୟାଚ୍କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଲକତାର ଇଡେନ୍ ଗାର୍ଡନ ଭଳି ବାରବାଟୀରେ ଏକ ଘଣ୍ଟି ଲଗାଯିବାର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଘଣ୍ଟି ବଜାଇ ମ୍ୟାଚ୍ ଶୁଭାରମ୍ଭ କରିବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ବାରବାଟୀ ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମ୍ୟାଚ୍ ସମୟରେ ଯେପରି ସାମାନ୍ୟତମ ବ୍ୟତିକ୍ରମ ଦେଖାନଯିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ଜିଲ୍ଲା ପ୍ରଶାସନ । ସୁରକ୍ଷା ପାଇଁ ୬୨ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଏହା ବ୍ୟତୀତ ୩ ଜଣ ଡିସିି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର, ୧୧୩ ଜଣ ଟ୍ରାଫିକ୍ ପୋଲିସ, ୨୭୦ ଜଣ ସବ୍ଇନ୍ସପେକ୍ଟର ଓ ଏଏସ୍ଆଇ, ୪୩ ଜଣ ମହିଳା କନେଷ୍ଟବଳ ନିୟୋଜତ ରହିବେ । ଷ୍ଟାଡିୟମ୍ ଭିତରକୁ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବା ସହ ସାଙ୍ଗରେ ରୁମାଲ, ଗାମୁଛା ନେବା ସହିତ ଧଳା ଓ ହାଲକା ରଙ୍ଗର ଢିଲା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଚୁର ପରିମାଣର ପାଣି ମଧ୍ୟ ପିଇକି ଆସିବାକୁ କୁହାଯାଇଛି । ଏଥିସହ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ ନ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |