ଆଜି ବିଶ୍ୱ ଏଡ୍‌ସ ଦିବସ

ନୂଆଦିଲ୍ଲୀ,୦୧/୧୨:  ଆଜି ବିଶ୍ବ ଏଡସ୍ ଦିବସ। ଏଡସ୍ ନିୟନ୍ତ୍ରଣ ଏହା ହେଉଛି ସଚେତନତାର ଦିନ।  ଓଡ଼ିଶାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ତଥାପି ଓଡ଼ିଶା ଆଶାଜନକ ସଫଳତା ହ୍ରାସଲ ପାଇନି । ଜନସଚେତନତା ଓ ଆକ୍ରାନ୍ତଙ୍କ ଯତ୍ନ କ୍ଷେତ୍ରରେ ବହୁ ପଛରେ । ଉଭୟ ସରକାର କୋଟି କୋଟି ଖର୍ଚ୍ଚ କରୁଥିଲେ ହେଁ ଆକ୍ରାନ୍ତଙ୍କ ଦୁଃଖଯନ୍ତ୍ରଣା ଦେଖିବାକୁ କେହିନାହାନ୍ତି । ଆକ୍ରାନ୍ତ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି । ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି କାର୍ଯ୍ୟାଳୟରେ ନାହାନ୍ତି ଆମ୍ବୁଡ୍‌ସମ୍ୟାନ୍‌ । ବର୍ତ୍ତମାନ ସମିତି ଏକ କମିଟି ଗଠନ କରିଛି । ସେଠାରେ କେବଳ ସୋମବାର ଶୁଣାଣି ହେଉଛି ।ସାଂପ୍ରତିକ ବିଶ୍ୱ ରେ ଏହି ରୋଗ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରା ଯାଇପାରି ନାହିଁ। ଏଥିରୁ ମୁକ୍ତ ରହିବାର ଏକମାତ୍ର ଉପାୟ ସଚେତନତା। ଯାହାକୁ ନେଇ ପ୍ରତିବର୍ଷ ଡିସେମ୍ବର 1ରେ ସାରା ବିଶ୍ବବାସୀ ପାଳନ କରିଥାନ୍ତି ବିଶ୍ବ ଏଡସ୍ ଦିବସ। ଏହି ଦିନରେ ବିଭିନ୍ନ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ଏଡସ୍ ସମ୍ବନ୍ଧରେ ସଚେତନ କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ତଥ୍ୟ ଅନୁଯାୟୀ ୭ ବର୍ଷ ଭିତରେ ୨୦୧୫ରେ ୬ଲକ୍ଷ ୨୫ହଜାର ୪୨୦ ଟେଷ୍ଟିଂରୁ ୩୦୨୫ଜଣ, ୨୦୧୬ରେ ୯ଲକ୍ଷ ୯ହଜାର ୩୮୩ ଟେଷ୍ଟିଂରୁ ୩୩୦୭ ଜଣ, ୨୦୧୭ରେ ୧୧ଲକ୍ଷ ୮୪ହଜାର ୧୨୯ ଟେଷ୍ଟିଂରୁ ୩୨୯୯ ଜଣ, ୨୦୧୮ରେ ୧୨ଲକ୍ଷ ୧୮ହଜାର ୨୨୨ ଟେଷ୍ଟିଂରୁ ୩୨୦୯ଜଣ, ୨୦୧୯ରେ ୧୪ଲକ୍ଷ ୩ହଜାର ୯୯୧ ଟେଷ୍ଟିଂରୁ ୩୨୭୮ ଜଣ, ୨୦୨୦ରେ ୧୫ଲକ୍ଷ ୪୨ହଜାର ୯୩୫ ଟେଷ୍ଟିଂରୁ ୨୨୧୨ ଜଣ ଓ ୨୦୨୧ରେ ୧୮ଲକ୍ଷ ୨୨ହଜାର ୫୫୩ ଟେଷ୍ଟିଂରୁ ୨୨୫୩ ଜଣ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ଟେଷ୍ଟିଂ ସଂଖ୍ୟା ବଢ଼ିଛି । ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନାହିଁ । ବିଶେଷ କରି ପୂର୍ବରୁ ଗଞ୍ଜାମ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କୋରାପୁଟ, ବଲାଙ୍ଗିର ଆଦି ୭ଜିଲ୍ଲାରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଅଧିକ ମାତ୍ରାରେ ଚିହ୍ନଟ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: