ଆଜି ବିହାର କ୍ୟାବିନେଟର ସଂପ୍ରସାରଣ,ଶପଥ ନେବେ ୩୧ ମନ୍ତ୍ରୀ

ନୂଆଦିଲ୍ଲୀ, ୧୬|୦୮:  ବିହାରରେ ନୀତୀଶ-ତେଜସ୍ୱୀ ସରକାର ଗଢ଼ିବା ପରେ ଆଜି ମନ୍ତ୍ରିମଣ୍ଡଳର ବିସ୍ତାର କରାଯିବ । ମୋଟ୍ ୩୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ସେମାନଙ୍କୁ ଶପଥ ପାଠ କରାଇବେ ।  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ମନ୍ତ୍ରୀ ମଣ୍ଡଳକୁ ନେଇ   ଚୂଡାନ୍ତ ହୋଇସାରିଛି ।  କ୍ୟାବିନେଟରେ ଆରଜେଡିର ୧୫ ଜଣ ମନ୍ତ୍ରୀ ରହିପାରନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁରୁ ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବିହାରରେ ମହାମେର୍ଟର ନୂଆ ସରକାରରେ ମୋଟ ୭ଟି ଦଳ ଅଛନ୍ତି । ଜେଡିୟୁ, ଆରଜେଡି ବ୍ୟତୀତ କଂଗ୍ରେସ ଓ ଜୀନତ ରାମ ମାଂଝୀଙ୍କ ପାର୍ଟି ହିନ୍ଦୁସ୍ତାନ ଅୱାମ ମୋର୍ଚ୍ଚା ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଜଣେ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ । ରିପୋର୍ଟ ଅନୁସାରେ, ନୀତିଶ ନିଜ ପୂର୍ବ କ୍ୟାବିନେଟରେ ଥିବା ଦଳୀୟ ବିଧାୟକଙ୍କୁ ପୁଣି ମନ୍ତ୍ରୀ ଭାବେ ସୁଯୋଗ ଦେବେ । ସେହିପରି ଶପଥଗ୍ରହଣ ପରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯିବ । ଜେଡିୟୁ କୋଟାରୁ ଶପଥ ନେଇଥିବା ଅଧିକାଂଶ ମନ୍ତ୍ରୀଙ୍କୁ ପୁରୁଣା ବିଭାଗ ହିଁ ଦିଆଯିବ । ସଚ୍ଚିବାଳୟର ସମସ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତ ବିଭାଗର ସଚିବ ଓ ନିର୍ଦ୍ଦେଶକ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପାଗ ଭିଡିଛନ୍ତି । ଜେଡିୟୁରୁ ବିଜେନ୍ଦ୍ର ଯାଦବ, ବିଜୟ ଚୌଧୁରୀ, ଶ୍ରବଣ କୁମାର, ଅଶୋକ ଚୌଧୁରୀ, ମଦନ ସାହନୀ, ଦାମୋଦର ରାଉତ, ସଂଜୟ ଝା, ଜାମା ଖାନ, ସୁମିତ କୁମାର ସିଂହ ଓ ଲେସି ସିଂହ ମନ୍ତ୍ରୀ ପଦ ମିଳିପାରେ । ସେହିପରି ଆରଜେଡିରୁ ତେଜ ପ୍ରତାପ ଯାଦବ, ସୁରେନ୍ଦ୍ର ଯାଦବ, ଚନ୍ଦ୍ରଶେଖର, ଶଶି ଭୂଷଣ ସିଂହ, କାର୍ତ୍ତିକ ସିଂହ, କୁମାର ସରବଜୀତ ଭୂଦେବ ଚୌଧୁରୀ, ଅଖରୁଲ ଇସଲାମ ଶାହୀନ, ଶାହନବାଜ, ସୀମର ମହାସେଠ, ଅନତା ଦେବୀ, ଆଲୋକ ମେହତା, ରାହୁଲ ତିୱାରୀ, ସୁଧାକର ସିଂହ, ଅନିଲ ସାହନୀ ମେଣ୍ଟ ସରକାରରେ ମନ୍ତ୍ରୀ ପଦ ମିଳିପାରେ । ସେହିଭଳି କଂଗ୍ରେସରୁ ଶକୀଲ ଅହମଦ ଓ ରାଜେଶ କୁମାର ଏବଂ ଜୀତନଙ୍କ ପାର୍ଟିରୁ ସଂନ୍ତୋଷ ମାଂଞ୍ଝୀଙ୍କୁ ମନ୍ତ୍ରୀ ପଦ ପାଇବାକୁ ଆଶା ରଖିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: