ବ୍ରଜରାଜନଗର ୦୩/୦୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି ଟେବୁଲ ରହିବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ଭିିଭିପାଟ ଗଣତି ଆରମ୍ଭ ହୋଇଛି । ପ୍ରତି ଟେବୁଲରେ ୪ ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି । ଭୋଟଗଣତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଭିଏମରେ ସିଲ୍ ହୋଇ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ୨୭୯ ବୁଥରେ ଥିବାରୁ ୨୦ ରାଉଣ୍ଡରେ ଗଣତି ହେବ । ପ୍ରତି ଟେବୁଲ୍ରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ । ଭୋଟ ଗଣତି ପାଇଁ ତ୍ରିିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |