ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦

ନୂଆଦିଲ୍ଲୀ,  ୨୦/୦୯ : ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି  ଠାରୁ ଆରମ୍ଭ ହେବ ।  ଆସନ୍ତାମାସର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ପ୍ରସ୍ତୁତ ହେବା ପାଇଁ ଭାରତ ଆଉ ୬ଟି ଟି୨୦ ମ୍ୟାଚ୍‌ ଖେଳିବ। ଏହା ପୁଣି ବିଶ୍ବର ୨ ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଘରୋଇମାଟିରେ ଭାରତ ଏହି ୨ ଦଳଙ୍କ ବିପକ୍ଷରେ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ।ପଂଜାବର ମୋହାଲିସ୍ଥିତ ପିସିଏ ଷ୍ଟାଡିୟମରେ ଏହି ମ୍ୟାଚ ରାତି ୭ଟାରୁ ଆରମ୍ଭ ହେବ । ଟି-୨୦ ବିଶ୍ୱକପ-୨୦୨୨କୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ।  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୨୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯାଇଛି। ସେଥିରୁ ଭାରତ ୧୩ଟି ଓ ଅଷ୍ଟ୍ରେଲିଆ ୯ଟି ମ୍ୟାଚ୍‌ ଜିତିଛନ୍ତି।  ଚଳିତବର୍ଷ ଭାରତ ପୂର୍ଣ୍ଣ ଶକ୍ତିରେ ଏକ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ପରେ ଭାରତ ଅନ୍ୟ ୩ଟି ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ସେପ୍ଟେମ୍ବର ୨୦ରେ ମୋହାଲିରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ସେପ୍ଟେମ୍ବର ୨୩ ତାରିଖ ନାଗପୁରରେ ଏବଂ ଅନ୍ତିମ ମ୍ୟାଚ୍‌ ସେପ୍ଟେମ୍ବର ୨୫ ତାରିଖରେ ହାଇଦ୍ରାବାଦରେ ଖେଳାଯିବ ।ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ ଇଲେଭେନ୍: ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନ, ଜସପ୍ରୀତ ବୁମରାହ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର ଏବଂ ଯୁଜବେନ୍ଦ୍ର ଚହଲ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: