ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବ।   ଦିନିକିଆରେ ଶ୍ରୀଲଙ୍କା ସେପରି ଶକ୍ତିଶାଳୀ ଦଳ ନହେଲେ ମଧ୍ୟ ବର୍ଷ ଆରମ୍ଭରୁ ଏହି ଦଳ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିବା ଭାରତୀୟ ଦଳକୁ ନିଶ୍ଚୟ ଉତ୍ସାହିତ କରିବ। ମଙ୍ଗଳବାର ପ୍ରଥମ ଦିନିକିଆ ଜିତି ଭାରତ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଗୁରୁବାର ଇଡେନ୍ ଗାର୍ଡେନ୍‌ସରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଶ୍ବର ସର୍ବଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଶତକ ମାରିଛନ୍ତି। ୨୦୨୨ ବର୍ଷରେ ଗୋଟିଏ ମଧ୍ୟ ଦିନିକିଆ ଶତକ ମାରିନଥିବା ରୋହିତ ଶର୍ମା ଏହି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ମାରିଛନ୍ତି। ଶିଖର ଧାୱନଙ୍କ ପରେ ଭାରତ ଜଣେ ଦୃଢ଼ ଦିନିକିଆ ଓପ୍‌ନର ଖୋଜୁଥିବା ବେଳେ ଆକ୍ରମଣାତ୍ମକ ଅର୍ଦ୍ଧଶତକ ମାରି ଶୁବ୍‌ମାନ ଗିଲ୍‌ ଏହି ଅଭାବ ପୂରଣ କରିବାର ସୂଚନା ଦେଇଛନ୍ତି। ଦୁଇ ନୂଆ ବଲ୍‌ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ୍ ଭଲ ବୋଲିଂ କରିଥିବା ବେଳେ ଉମ୍ରାନ୍ ମାଲିକ୍ ତାଙ୍କ ଗତି ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ। ଏଥି ସହିତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହି ମ୍ୟାଚ ସିଧା ପ୍ରସାରଣ ହେବ। ଦର୍ଶନମାନେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ମାଗଣା ଲାଇଭ ପ୍ରସାରଣ ଦେଖିପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: