ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦

ରାଜକୋଟ,୭।୧ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌  ଆଜି  ଖେଳାଯିବ। ଆଜି ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଆଉ ଏକ କଡ଼ା ଟକ୍କର ଦେବ  । ଏସିଆ କପ୍‌ ବିଜେତା ଶ୍ରୀଲଙ୍କା ତାରକାବିହୀନ ଭାରତୀୟ ଦଳକୁ କଡ଼ା ଆହ୍ବାନ ଦେଉଛି। ପ୍ରଥମ ମ୍ୟାଚ୍‌ରେ ଅଳ୍ପକେ ହାରିଯିବା ପରେ ଦ୍ବିତୀୟଟିକୁ ଜିତି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିପାରିଛି ଭ୍ରମଣକାରୀ ଦାସୁନ ଶଣକାଙ୍କ ଦଳ।  ଭାରତ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହିତ ଏକାଧିକ ପରୀକ୍ଷାନିରୀକ୍ଷା କରିଛି। ଓପନର ଇଶାନ କିଷନ ଦୁଇଟି ମ୍ୟାଚରୁ ୩ ଓ ଶୁବମାନ ଗିଲ୍‌ ମାତ୍ର ୧୨ରନ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ପ୍ରଥମ ମ୍ୟାଚରେ ୭ ଓ ଦ୍ବିତୀୟ ମ୍ୟାଚରେ ୫୧ରନ କରିଛନ୍ତି।ମାଭି ଦ୍ବିତୀୟ ମ୍ୟାଚରେ ୫୩ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ। ପ୍ରଥମ ମ୍ୟାଚରେ ଦୁଇଟି ୱିକେଟ ନେଇଥିବା ହର୍ଷଲ ପଟେଲଙ୍କ ସ୍ଥାନରେ ଦ୍ବିତୀୟ ମ୍ୟାଚରେ ଅର୍ଶଦୀପ ସିଂହ ଖେଳିଥିଲେ। ଅର୍ଶଦୀପ୍‌ ମହଙ୍ଗା ସାବ୍ୟସ୍ତ ହେବା ସହିତ ଦୁଇ ଓଭରରେ ୩୭ରନ ବ୍ୟୟ କରିଥିଲେ। ଉମ୍ରାନ ମଲିକ ପ୍ରଥମ ମ୍ୟାଚରେ ୨ଟି ଓ ଦ୍ବିତୀୟ ମ୍ୟାଚରେ ୩ଟି ୱିକେଟ ନେଇ ଭଲ ପ୍ରଦର୍ଶନକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଭାରତ ମାଭିଙ୍କ ସ୍ଥାନରେ ଅନ୍ତିମ ମ୍ୟାଚରେ ହର୍ଷଲ ପଟେଲଙ୍କୁ ପୁନର୍ବାର ଖେଳାଇବାର ସମ୍ଭାବନା ରହିଛି। ସ୍ପିନ ବୋଲିଂ ବିଭାଗରେ ଭାରତର ଦୁର୍ବଳ ପ୍ରଦର୍ଶନ ରହିଥିଲେ ମଧ୍ୟ ଯୁଜୁବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଖେଳିବା ମନେ କରାଯାଉଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରୁଛି। ବ୍ୟାଟିଂରେ କୁଶଳ ମେଣ୍ଡିସ ଦୁଇଟି ମ୍ୟାଚରୁ ୮୦, ଚାରିର୍ଥ ଆଶାଲାଙ୍କା ୪୯ ଓ ଅଧିନାୟକ ଦାସୁନ ଶନକା ୪୫ ଓ ୫୬ରନ କରି ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ଚାମିକା କରୁଣାରତ୍ନେ ଓ ୱାହିନ୍ଦୁ ହାସରଙ୍ଗା ଭଲ ପ୍ରଦର୍ଶନ କରୁଛନ୍ତି। ଉଭୟେ ଦୁଇଟି ମ୍ୟାଚରେ ୱିକେଟ ନେବା ସହିତ ରନ ରୋକିବାରେ ମଧ୍ୟ ସଫଳ ହୋଇଛନ୍ତି। ଧନଞ୍ଜୟ ଡିସିଲଭା ଓ ମହେଶ ତୀକ୍ଷଣ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: