ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୪: ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସେ ଟ୍ୱିଟରେ ଲେଖିଛନ୍ତି ଏକାମ୍ର କ୍ଷେତ୍ର ଭୁବନେଶ୍ୱର ଦେଶର ପ୍ରମୁଖ ସ୍ମାର୍ଟ ସିଟିରେ ପରିଣତ ହୋଇଛି । ଭୁବନେଶ୍ୱର ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠୁ କ୍ରୀଡ଼ା କ୍ଷେତ୍ର ଭଳି ଦିଗରେ ରୂପାନ୍ତରଣ ହୋଇଛି । ଆହୁରି ଭୁବନେଶ୍ୱରକୁ ବିକାଶ କରିବାର ରହିଛି । ବିକାଶର ନୂଆ ଶିଖରରେ ଭୁବନେଶ୍ୱରକୁ ପହଞ୍ଚାଇବାକୁ ହେଲେ ମିଳିତ ଭାବେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: