ନୂଆଦିଲ୍ଲୀ,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କି ବାତ୍’ ପୋଗ୍ରାମ ଜରିଆରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ୯୯ ତମ ଏପିସୋଡ ଆଜି ସକାଳ ୧୧ ଟାରେ ପ୍ରସାରିତ ହେବ । ୩ ଅକ୍ଟୋବର ୨୦୧୪ର ବିଜୟାଦଶମୀରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୯୮ଟି ଏପିସୋଡ ସରିଯାଇଛି । ପ୍ରଧାମନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ୨୬ ଫେବୃଆରୀ ଦିନ ସରିଥିଲା । ‘ମନ୍ କି ବାତ୍’ ପ୍ରତିମାସ ଶେଷ ରବିବାର ଦିନ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥାଏ । ଯେଉଁ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସହ ଯୋଗାଯୋଗ କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ତଥା ଅଲ ଇଣ୍ଡିଆ ରେଡିଓ ନ୍ୟୁଜ ୱେବସାଇଟ ଏବଂ ନ୍ୟୁଜଅନ ମୋବାଇଲ୍ ଆପରେ ପ୍ରସାରିତ ହେବ। ଏହା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଅଲ ଇଣ୍ଡିଆ ରେଡିଓ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହାର ହିନ୍ଦୀ ପ୍ରସାରଣ ପରେ ଅଲ ଇଣ୍ଡିଆ ରେଡିଓ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭାଷାରେ ପ୍ରସାରଣ କରିବ। ‘ମନ କି ବାତ’ ର ଶେଷ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ’ ଏକତା ଦିବସ’ର ତିନୋଟି ପ୍ରତିଯୋଗିତାର ବିଜେତା ଘୋଷଣା କରିବାବେଳେ ଅନେକ ପ୍ରସଙ୍ଗ ଉପରେ ମତ ରଖିଥିଲେ। ସେମାନେ ପଶ୍ଚିମବଙ୍ଗର ବାନ୍ସବେରିଆରେ ପ୍ଲାଷ୍ଟିକ୍ ବ୍ୟାଗ୍ ହଟାଇବା ଏବଂ ‘ତ୍ରିବେଣୀ କୁମ୍ବ ଫେଷ୍ଟିଭାଲ୍’ର ପାନଃଜୀବନ ସହିତ ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |