ଆଜି ମହାତ୍ମା ଗାନ୍ଧି ଏବଂ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨/୧୦: ଆଜି ଜାତିର ପିତା ମହାତ୍ମା ଗାନ୍ଧି ଏବଂ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ   ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି। ଅହିଂସା ମାଧ୍ୟମରେ କିଭଳି ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିହେବ ସାରା ବିଶ୍ବବାସୀଙ୍କୁ ମହାତ୍ମା ଗାନ୍ଧୀ ଶିକ୍ଷଶ ଦେଇଯାଇଛନ୍ତି।  ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ବାଧୀନତା ଆଣିଦେଇ ଏହି ମହାନ ଆତ୍ମା ଆଜି ଭାରତୀୟଙ୍କ ହୃଦୟ ମଧ୍ୟରେ ଅମର ହୋଇ ରହିଛନ୍ତି। ସେପଟେ ଆଜି ସମଗ୍ର ଦେଶ ପାଳୁଛି ଅନ୍ୟଜଣେ ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ବଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ପଦବୀ ମଣ୍ଡନ କରିଛନ୍ତି। ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ବି ଦେଶ ପାଇଁ ଅମର ହୋଇ ରହିଛି।ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଷ୍ଟ୍ରପତି ଟୁଇଟ କରି ଲେଖିଛନ୍ତି ଯେ, ଗାନ୍ଧିଜୀଙ୍କ ୧୫୩ତମ ଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କ ତରଫରୁ ଜାତିର ପିତା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପିତ କରୁଛି । ସେହିପରି ପୂର୍ବତନ ରାଷ୍ଟ୍ରପତି ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଜୟ ଯବାନ, ଜୟ କିଷାନ ଦେଇଥିବା ଶାନ୍ତ୍ରୀ ସବୁଜ କ୍ରାନ୍ତି ଓ ଶ୍ୱେତ କ୍ରାନ୍ତିରେ ବଡ଼ ଭୂମିକା ତୁଲାଇଥିଲେ । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏହି ଗାନ୍ଧୀ ଜୟନ୍ତୀ ବହୁତ ଗୁରୁତ୍ୱପୂର୍ଣ୍ଣ ।ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ଲାଲବାହାଦୂର ଶାସ୍ତ୍ରୀଙ୍କ ସରଳତା ଓ ଉତ୍ସର୍ଗୀକୃତ ଚିନ୍ତାଧାରା ପାଇଁ ଦେଶବାସୀ ତାଙ୍କୁ ଭଲଭାବରେ ଜାଣିଛନ୍ତି । ଭାରତର ସଂକଟ ସମୟରେ ସେ ଯେଉଁଭଳି ଭାବେ ଦେଶ ପାଇଁ କଡ଼ା ମୁକାବିଲାର ପରିସ୍ଥିତିକୁ ସାମ୍ନା କରିଥିଲେ, ଦେଶବାସୀ ତାହା ଭୁଲିପାରିବେ ନାହିଁ । ଜୟନ୍ତୀ ଅବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!