ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ, ସମଗ୍ର ଦେଶରେ ପାଳନ କରାଯାଉଛି ସହିଦ ଦିବସ

ନୂଆଦିଲ୍ଲୀ, ୩୦/୦୧: ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ, ସମଗ୍ର ଦେଶରେ ପାଳନ କରାଯାଉଛି ସହିଦ ଦିବସଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତର ସ୍ବାଧୀନତା ପାଇଁ ଆତ୍ମବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ସମଗ୍ର ଦେଶରେ ସହିଦ ଦିବସ ପାଳନ କରାଯାଉଛି। ସ୍ବାଧୀନତା ସଂଗ୍ରାମରେ ସହିଦ ହୋଇଥିବା ସହିଦମାନଙ୍କ ସ୍ମୃତିରେ ଆଜି ଦିନ ୧୧ଟା ବେଳେ ୨ମିନିଟ୍‌ ନିରବତା ରକ୍ଷା କରିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି।ଏହି ଅବସରରେ ଆଜି ନୂଆଦିଲ୍ଲୀର ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଏବଂ ଅନ୍ୟ ଶୀର୍ଷସ୍ତରୀୟ ରାଜନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ପୁଣ୍ୟ ତିଥିରେ ମହାନ୍‌ ବାପୁଙ୍କ ପ୍ରତି ଶ୍ରଦ୍ଧାଜ୍ଞଳି। ତାଙ୍କ ଆଦର୍ଶ କୋଟି କୋଟି ଜନତାଙ୍କୁ ଅନୁପ୍ରେରିତ କରୁଛି।ଭାରତର ସ୍ବାଧୀନତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ମଙ୍ଗଳ ପାଇଁ ଯେଉଁ ମହାନ୍‌ ମହିଳା ଏବଂ ପୁରୁଷମାନେ ବରୋଚିତ ଭାବେ ଆତ୍ମବଳି ଦେଇଛନ୍ତି ସହିଦ ଦିବସରେ ଆମେ ସେମାନଙ୍କୁ ସ୍ମରଣ କରୁଛୁ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେଖିଛନ୍ତି: ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କୁ ପ୍ରଣାମ କରୁଛି। ଆଜି ଦିନରେ ପୂଜ୍ୟ ବାପୁଙ୍କ ସମେତ ଦେଶକୁ ସ୍ବାଧୀନ କରିବା ଲାଗି ନିଜର ସର୍ବସ୍ବ ତ୍ୟାଗ କରିଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ଆମେ ସ୍ମରଣ କରୁଛୁ। ଏଭଳି ସମସ୍ତ ସୈନିକଙ୍କ ପ୍ରତି ମଧ୍ୟ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାତ୍ମା ଗାନ୍ଧୀଙ୍କର ଏକ ବାର୍ତ୍ତା ଟୁଇଟ୍‌ କରି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଲେଖିଛନ୍ତି: ଜନତାଙ୍କ ସମର୍ଥନ ବିନା ମଧ୍ୟ ସତ୍ୟ ତିଷ୍ଠି ପାରେ, ସେ ଆତ୍ମନିର୍ଭରଶୀଳ: ମହାତ୍ମା ଗାନ୍ଧୀ।  ବାପୁଙ୍କ ପୁଣ୍ୟ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: