ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି, ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୧୩।୦୬ : ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ଦେବ ସ୍ନାନ ପୂର୍ଣ୍ଣିମା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ  ସୁରକ୍ଷା  ପାଇଁ  ଲାଗି ହେବାକୁ  ଥିବା ବେଳେ  ଏଥିପାଇଁ  ସତ୍ୟବାଦୀ ବକୁଳବନରୁ ବଉଳକାଠ ଆସି ସାରିଛି । ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଗତକାଲି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରରେ ଦଇତା ପ୍ରବେଶ କରିଛନ୍ତି । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ । ବାହୁଟ କଣ୍ଟ ସରିଥିବା ବେଳେ ଆଜି ପୂର୍ବାହ୍ଣରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ସେନାପଟା ଲାଗି ନୀତି ପାଇଁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଛି ।ସ୍ନାନଯାତ୍ରା ଓ ଘୋଷଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଦାଇତାପତି ସେବାୟତ ଶ୍ରୀଅଙ୍ଗ ସୁରକ୍ଷାରେ ରହିବେ । ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବର୍ଷ ରାତି ୪ଟାରୁ ଠାକୁରଙ୍କ ସ୍ନାନ ପହଣ୍ଡି ଆରମ୍ଭ ହୋଇ ସକାଳ ୬ଟା ସୁଦ୍ଧା ସାରିବାକୁ ନୀତି ନିର୍ଘଣ୍ଟ ହୋଇଛି ।ସ୍ନାନବେଦୀରୁ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇବେ । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୁଇ ପ୍ରକାରର ବ୍ୟାରିକେଡ ହୋଇଛି । ଯେଉଁମାନେ ବଡଦାଣ୍ଡରେ କେବଳ ଦଣ୍ଡାୟମାନ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ  ଦୁଲ୍ଲଭ  ସ୍ନାନ ଦେଖିବାକୁ ଇଚ୍ଛା କରିବେ ସେମାନଙ୍କ ପାଇଁ ଗୋଟିଏ ବ୍ୟାରିକେଡ୍ କରାଯାଇଥିବାବେଳେ ଯେଉଁ ଭକ୍ତ ଶ୍ରୀମନ୍ଦିର ପଟୁ ସ୍ନାନବେଦୀ ନିକଟକୁ ଆସି ହାତୀ ବେଶ ଦେଖିବାକୁ ଚାହିଁବେ, ସେଥିପାଇଁ ଆଉ ଏକ ବ୍ୟାରିକେଡ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: