ଆଜି ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜଭବନରେ ଉଦ୍‌ଘାଟନ କରିବେ ଗ୍ୟାଲେରି

ନୂଆଦିଲ୍ଲୀ ,୧୪/୦୬:  ଆଜି ଦିନିକିଆ ଗସ୍ତରେ ମହାରାଷ୍ଟ୍ର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ପୁଣେର ଦେହୁସ୍ଥିତ ସନ୍ଥ ତୁକାରାମ ମହାରାଜଙ୍କ ଶିଳା ମନ୍ଦିରର ଲୋକାର୍ପଣ କରିବେ । ଏହା ପରେ ସେ ମୁମ୍ବାଇସ୍ଥିତ ରାଜଭବନରେ କ୍ରାନ୍ତିକାରୀ ଗ୍ୟାଲେରିକୁ ଉଦ୍‌ଘାଟନ କରିବେ । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମଂଚରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସହେିତ ମହାବିକାଶ ଆଘାଡି ସରକାରର ଅନ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ।  ମହରାଷ୍ଟ୍ରର ତତ୍‌କାଳୀନ ରାଜ୍ୟପାଳ ସି ବିଦ୍ୟାଧର ରାଓଙ୍କ କାଳରେ  ରାଜଭବନରେ ଏକ ଭୂମିଗତ ତରଖାନା ମିଳିଥିଲା । ତରଖାନରେ ଗ୍ୟାଲେରି ପ୍ରତିଷ୍ଠା କରାଯାଇଛି । ଏହି ଗ୍ୟାଲେରିରେ ସଭରକରଙ୍କ ଚିତ୍ର ପ୍ରଦର୍ଶିତ କରାଯାଇଛି । ଏହି ଗ୍ୟାଲେରିକୁ ଉଦ୍‌ଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଆସୁଛନ୍ତି । ଆଜି ଅପରାହ୍ନ ୪ଟାରେ କ୍ରାନ୍ତିକାରୀ ଗ୍ୟାଲେରି ଉଦଘାଟନ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: