ଆଜି ମହାଶିବରାତ୍ରୀ: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ

ଭୁବନେଶ୍ବର, ୧୧।୦୩:ଆଜି ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପୀଠରେ ୧୪୪ଧାରା ଲାଗୁ କରାଯାଇଛି । କୋଭିଡ୍ ସଂକ୍ରମଣ ଆଶଙ୍କା ଭିତରେ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଦର୍ଶନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ବାବାଙ୍କ ଦର୍ଶନ କରୁଛନ୍ତି।  ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ପରେ ଉଠିବ ମହାଦୀପ । ଦିନ ୧୨ଟାରୁ ୧୨ଟା ୪୫ ମିନିଟ୍ ମଧ୍ୟରେ ହେବ ମହାସ୍ନାନ ଓ ବେଶ । ସୁରକ୍ଷା ପାଇଁ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀ । ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୫ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି । କଟକର ପ୍ରସିଦ୍ଧ ପରମହଂସ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି, ମାତ୍ର ସେଠାରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଛି। ଢେଙ୍କାନାଳ ଜିଲ୍ଲାର ବିଖ୍ୟାତ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁମାନେ ନେଗେଟିଭ କୋଭିଡ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରୁଛନ୍ତି। ଏଠାରେ ବାହାର ଜିଲ୍ଲାର ଭକ୍ତମାନଙ୍କୁ ଛଡ଼ାଯାଉ ନ ଥିବା ଖବର ମିଳିଛି। ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ମହାଶିବରାତ୍ରୀ ପାଳିତ ହେଉଛି। ଏଠାରେ ଭକ୍ତମାନଙ୍କର ଥର୍ମାଲ ଟେଷ୍ଟିଂ କରାଯାଇ ମନ୍ଦିର ଭିତରକୁ ଛଡ଼ାଯାଉଛି। ତେବେ କଟକର ପ୍ରସିଦ୍ଧ ଧବଳେଶ୍ବର ମନ୍ଦିର, ଆରଡ଼ିର ବାବା ଆଖଣ୍ଡଳମଣି ଓ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ପୂଜାଚ୍ଚର୍ନା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଏହି କାରଣରୁ ସେଠାରେ ଜନଗହଳି ନ ଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା ଚାଲୁରହିଛି । ଭକ୍ତଙ୍କୁ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସେହିପରି କୌଣସି ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: