ଆଜି ମିଳିତ ଜାତିସଂଘ ମାନବାଧିକାର ପରିଷଦ ରୁ ରୁଷକୁ ବହିଷ୍କାର କରିବା ଉପରେ ଭୋଟିଂ

ନୂଆଦିଲ୍ଲୀ,୦୭/୦୪: ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ସଂଘର୍ଷ । ୟୁକ୍ରେନର ବୁଚାଠାରେ ହୋଇଥିବା ନରସଂହାର ହତ୍ୟାର ପ୍ରକୃତ ଅପରାଧୀ ଋଷର ସାମରିକ କମାଣ୍ଡର ଅଜାତ୍ବକ୍ ଓମୁରବେକୋଭ। ଯିଏ ଋଷର ସୈନିକମାନଙ୍କୁ ଆଦେଶ ଦିଆଯାଇଥିଲା କି ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ ଖୋଜି ହତ୍ୟା କରିବା ସହ ମହିଳାମାନଙ୍କୁ ବଳାତ୍କାର କରିବା ପାଇଁ କୁହାଯାଇଥିଲା। ବର୍ତ୍ତମାନ ଏହା ଖବରକୁ ବ୍ରିଟିଶ ଗଣମାଧ୍ୟମ ଦ୍ୱାରା ଦାବି କରାଯାଇ କୁହାଯାଇଛି।ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପରେଟ୍‌ ମୋଟରାଇଜଡ୍ ରାଇଫଲ୍ ବ୍ରିଗେଡ୍ର କମାଣ୍ଡର ଅଜାତ୍ବେକ୍‌ ଓମୁରବେକୋଭ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶବକୁ କବର ଦେବା ପାଇଁ ନିଜ ସମ୍ପର୍କୀୟଙ୍କୁ ମାତ୍ର କୋଡିଏ ମିନିଟ୍ ସମୟ ଦେଇଥିଲେ। କୁହାଯାଉଛି କି ଏହି ସାମରିକ କମାଣ୍ଡର ଇଶ୍ବରଙ୍କ ଉପରେ ବିଶ୍ୱାସ ରଖନ୍ତି ଏବଂ ଯୁଦ୍ଧ ପୂର୍ବରୁ ସେ ଚର୍ଚ୍ଚର ପାଦ୍‌ରୀ ଠାରୁ ଆଶୀର୍ବାଦ ନେଇଥିଲେ।ୟୁକ୍ରେନର ବୁଚା ସହରରେ ରୁଷ ସେନା ଦ୍ଵାରା ଜନ ସାଧାରଣଙ୍କ ନିର୍ମମ ହତ୍ୟା ହୋଇଛି। ଏହି ଘଟଣା ସମଗ୍ର ବିଶ୍ଵଜାତିକୁ ବ୍ୟଥିତ କରିଛି।  ଏହାର ପ୍ରତିବାଦରେ ରୁଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାରି ଆଡୁ ଦାବି ହୋଇଛି। ମିଳିତ ଜାତିସଂଘ ମହାସଭା(ୟୁଏନଜିଏ) ଏପ୍ରିଲ ୭ରେ ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ରୁ ରୁଷକୁ ବହିଷ୍କାର କରିବା ଉପରେ ମତଦାନ ହେବ। ମିଳିତ ଜାତିସଂଘର ପ୍ରମୁଖ ସଂଗଠନ ରୁଷକୁ ନିଲମ୍ବିତ କରିବ କି ନାହିଁ ତା ଉପରେ ମତଦାନ କରିବ। ଏହା ପୂର୍ବରୁ ଆମେରିକା ଏବଂ ବ୍ରିଟେନ ମଧ୍ୟ ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରିବାକୁ କହିଥିଲେ। ୟୁକ୍ରେନର ରାଜଧାନୀ କିଭର ଉପନଗର ବୁଚାରୁ ନାଗରିକଙ୍କ ଶହ ଶହ ଶବର ଭୟାନକ ଦୃଶ୍ୟ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦୁନିଆରେ ଚହଳ ପଡିଛି। ମିଳିତ ଜାତିସଂଘରେ ଆମେରିକାର ରାଜଦୂତ ଲିଣ୍ଡା ଥମାସ ଗ୍ରୀନଫିଲ୍ଡ ରୁଷକୁ ୪୭ ଜଣିଆ ମାନବାଧିକାର ପରିଷଦରୁ ହଟାଇବାକୁ ଆହ୍ଵାନ କରିଛନ୍ତି। ଏହି ନିର୍ମମ କାଣ୍ଡକୁ ସମଗ୍ର ଦୁନିଆରେ ନିନ୍ଦା କରାଯାଉଛି। ରୁଷ ଉପରେ କଡା କଟକଣା ଲଗାଇବାକୁ ଦାବି ଉଠିଛି। କିନ୍ତୁ ରୁଷ ଏହିସବୁ ଅଭିଯୋଗକୁ ଖଣ୍ଡନ କରିଛି। ଥମାସ ଗ୍ରୀନଫିଲ୍ଡ ସୋମବାର କହିଥିଲେ, ରୁଷ ସେନା ହିଁ ୟୁକ୍ରେନରେ ଏହି କାଣ୍ଡ କରିଛନ୍ତି। ତେଣୁ ଏଥିରେ ରୁଷ ଉତ୍ତରଦାୟୀ ରହିବା ଦରକାର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: