ନୂଆଦିଲ୍ଲୀ,୭।୩: ଆଜି ମେଘାଳୟ ଓ ନାଗାଲାଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ । ମେଘାଳୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନ୍ୟାଶନାଲ ପିପୁଲ୍ସ ପାର୍ଟିର ନେତା କନ୍ରାଡ ସାଙ୍ଗମା । ସାଙ୍ଗମା ରାଜ୍ୟପାଳଙ୍କ ନିକଟରେ ସମର୍ଥନ ପତ୍ର ଉପସ୍ଥାପନ କରିସାରିଛନ୍ତି । ସେହି ଅନୁସାରେ ଗତକାଲି ନୂଆ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି । ସାଙ୍ଗମାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ମେଘାଳୟରେ ଶପଥ ନେଇଛନ୍ତି ୫୮ ଜଣ ବିଧାୟକ । ସେହିପରି ନେଇଫିଓ ରିଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ନାଗାଲାଣ୍ଡର ୬୦ ସିଟ୍ ବିଶିଷ୍ଟ ବିଧାନସଭା କ୍ଷେତ୍ରରେ NDPP-BJP ମିଳିତ ଭାବେ 37 ଆସନ ହାତେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |