” ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଅହଂକାର ଭାଙ୍ଗିବ ” : କଙ୍ଗନା ରାଣାଓ୍ଵତ

ମୁମ୍ବାଇ, ୦୯/୦୯ : ବଲିଉଡ କ୍ୱିନ କଙ୍ଗନା ରଣାବାତ ମୁମ୍ବାଇ ପହଞ୍ଚି ସାରିଛନ୍ତି | ମୁମ୍ବାଇରେ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ନିଜ କ୍ରୋଧ ଜାହିର କରିଛନ୍ତି | ତେବେ ମୁମ୍ବାଇ ପହଞ୍ଚିବା ପରେ ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେକୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ କଙ୍ଗନା। ଏକ ଭିଡିଓ ଜାରି କରି, ଆଜି ମୋ ଘର ଭାଙ୍ଗିଛି, କାଲି ତୁମର ଅହଂକାର ଭାଙ୍ଗିବ ବୋଲି କହିଛନ୍ତି କଙ୍ଗନା। ମୁମ୍ବାଇ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ହମଲା କରିଛନ୍ତି | ଭିଡିଓରେ କଙ୍ଗନା କହିଛନ୍ତି, “ମୋତେ ଲାଗୁଚି ତୁ ଯାହା ବି କଲୁ ମୋ ପାଇଁ ବହୁତ ଭଲ କରିଛୁ | କାରଣ ମୁଁ ଜାଣିଥିଲି କାଶ୍ମିରୀ ପଣ୍ଡିତଙ୍କ ଉପରେ କଣ ବିତିଥିବ, ଆଜି ମୁଁ ଅନୁଭବ କରିପାରୁଛି |ଆଜି ମୁଁ ପ୍ରତିଶୃତି ଦେଉଛି ଯେବାଲା ଅଯୋଧ୍ୟା ଉପରେ ନୁହେଁ, କାଶ୍ମୀର ଉପରେ ମଧ୍ୟ ଫିଲ୍ମ କରିବି ଓ ଦେଶବାସୀଙ୍କୁ ଜାଗ୍ରତ କରିବି | ମୁଁ ଜାଣିଥିଲି ଏମିତି କିଛି ହେବ, କିନ୍ତୁ ଯେହେତୁ ମୋ ସହିତ ହୋଇଛି ଏହାର କିଛି ଅର୍ଥ ନିଶ୍ଚୟ ଅଛି | ଉଦ୍ଧବ ଠାକରେ, ଏହା କ୍ରୁରତା, ଏହା ଆତଙ୍କ | ଜୟ ହିନ୍ଦ, ଜୟ ମହାରାଷ୍ଟ୍ର |”

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!