ଆଜି ରଙ୍ଗର ପର୍ବ ହୋଲି : ପୁରପଲ୍ଲୀ ଉତ୍ସବମୁଖର

ଭୁବନେଶ୍ୱର, ୧୯।୦୩ : ଆଜି ରଙ୍ଗର ପର୍ବ ହୋଲି । ପୁରପଲ୍ଲୀରେ ପାଳିତ ହେଉଛି ଦୋଳ ଉତ୍ସବ| ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି। ଘରେ ଘରେ ଜମିଛି ହୋଲିର ଆସର । ଆନନ୍ଦ ଉଲ୍ଲାସର ପର୍ବ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ ।  ଦୋଳପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀ ରାଧା ଠାକୁରାଣୀଙ୍କୁ ଦୋଳବେଦୀରେ ଦୋଳଗୋବିନ୍ଦ ଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଗହଳି ଲାଗିରହିଛି ।   ଦୋଳପୂର୍ଣ୍ଣିମା ଅବସରରେ ଗ୍ରାମ ଗୁଡିକ ଉତ୍ସବମୁଖର ହୋଇ ଉଠିଛି |ତେବେ ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି ।   ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିଥାନ୍ତି। ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଇଛନ୍ତି । ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ଲୋକେ। ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । କେଉଁଠି ହରବାଲ ଅବିରରେ ହୋଲି ଖେଳାଯାଇଛି ତ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନମାନେ ।  ସେଥିପାଇଁ ତ ପିଲାଠାରୁ ବୁଢା ସଭିଏଁ ଆଜି ହୋଲି ଖେଳିବାର ବ୍ୟସ୍ତ । ସ୍ନେହ, ପ୍ରେମ, ଭଲ ପାଇବା ରୂପକ ଅବିରରେ ସମସ୍ତେ ଆଜି  ବ୍ୟସ୍ତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: