ଆଜି ରାଜଭବନ ସାମ୍ନାରେ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର,୧୬/୦୬: ଆଜି ରାଜଭବନ ସାମ୍ନାରେ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଧାରଣା ଦେବ କଂଗ୍ରେସ । ଏଥିରେ ରାଜ୍ୟର କୋଣ ଅନୁକୋଣରୁ କଂଗ୍ରେସ କର୍ମୀ ଯୋଗଦେବେ । ସେହିପରି ଶୁକ୍ରବାର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ । ଏଥିରେ ଜିଲ୍ଲା କଂଗ୍ରେସ ସମେତ ବ୍ଲକ କଂଗ୍ରେସର କର୍ମୀମାନେ ଯୋଗଦେବେ । ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବୁଧବାର କେନ୍ଦ୍ରର ବିଜେପି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୪ ଆକବର ରୋଡ୍‌ସ୍ଥିତ କଂଗ୍ରେସ ଭବନରେ ପୁଲିସ୍‌ ପଶି ଲାଠି ଚାର୍ଜ କରିଛି । ଯାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । କଂଗ୍ରେସର ପଦାଧିକାରୀ, ସିଡବ୍ଲୁସି ସଦସ୍ୟଙ୍କୁ ଏଆଇସିସି କାର୍ଯ୍ୟାଳୟ ଭିତରକୁ ଯିବାକୁ ଦିଆଯାଉନି । ସ୍ୱାଧୀନତା ପରଠୁ ଦେଶରେ ଏଭଳି ଏକଛତ୍ରବାଦ ଦେଖା ଯାଇନଥିଲା । ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ୩ଦିନ ହେବ ମନଗଢା କାହାଣୀ ତିଆରି କରି ଯାଞ୍ଚ କରୁଛି । ରାଜନୈତିକ ଆକ୍ରୋଶ ରଖି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ନାମରେ ମାମଲା କରି ହଇରାଣ କରାଯାଉଛି । ଯାହାକୁ ଓଡ଼ିଶା କଂଗ୍ରେସ ନିନ୍ଦା କରିବା ସହ ଗୁରୁବାର ରାଜଭବନ ସାମ୍ନାରେ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: