କୋରାପୁଟ,୧୦/୦୯:ଆଜି ରାଜ୍ୟପାଳଙ୍କ କୋରାପୁଟ ଗସ୍ତ| ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁନାବେଡ଼ା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବେ। ନ୍ୟାସନାଲ କମିଶନ ଫର୍ ଏସଟି ସହଯୋଗରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟସ୍ତର ଆଲୋଚନାଚକ୍ରରେ ସେ ଅତିଥିଭାବେ ଉପସ୍ଥିତ ରହିବେ ।ରାଜ୍ୟପାଳ ହୀରାଖଣ୍ଡ ଏକ୍ସପ୍ରେସରେ ପୂର୍ବାହ୍ନରେ ପହଞ୍ଚି ସର୍କିଟ ହାଉସରେ ବିଶ୍ରାମ କରିବେ । ଅପରାହ୍ନ ୩ଟାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଯିବେ । କାର୍ଯ୍ୟକ୍ରମ ସାରି ଅପରାହ୍ନ ୫ ଟାରେ ସେମିଳିଗୁଡା ଦିଲ୍ଲୀ ପବ୍ଲିକ ସେକେଣ୍ଡାରି ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟ ଫେରି ଆସିବେ । ରାତ୍ରଯାପନ କରି ରବିବାର ମଧ୍ୟାହ୍ନ ୧୨ଟାରେ କୁନ୍ଦରା ବ୍ଲକ୍ ବୁଡ଼ାଗୁଡ଼ା ଯାଇ ୧୨.୪୫ରେ ଜୟପୁରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନ ୫ଟା ବେଳେ ରାୟଗଡା ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |