ଭୁବନେଶ୍ୱର,୨୬ା୫ : ରାଜ୍ୟରେ ଆଜି କାଳବୈଶାଖୀ ।ଗଲା କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରୁ ଅତିଷ୍ଠ ହୋଇ ପଡ଼ିଥିଲେ ରାଜ୍ୟବାସୀ। ତେବେ ଆଜିର କାଳବୈଶାଖୀ ବର୍ଷା ଉପକୂଳବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ପଶ୍ଚିମ ଓଡ଼ିଶା ଆକାଶରେ କିନ୍ତୁ ଆଜି ବି ନିଆଁ ବର୍ଷିଛି । ତତଲା ତାୱାରେ ଭାଜି ହୋଇଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର। ସେପଟେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ବିଜୁଳି ଏବଂ ଘଡଘଡି ସହିତ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ରାଜ୍ୟର ସତର୍କ ସୂଚନାର ଜାରି କରିବା ସହ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ମୌସୁମିର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |