ପୁରୀ,୧୯/୦୯: ଆଜି ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଅନନ୍ତ ବ୍ରତ ପାଳିତ ହେବ । ବଡ଼ଦେଉଳରେ ଅନୁଷ୍ଠିତ ହେବ ଅନନ୍ତ ଚତୁର୍ଦ୍ଦଶୀ ନୀତି । ଠାକୁରଙ୍କ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଅନନ୍ତ ଠାକୁରଙ୍କ ନୀତି ହେବ । ମନ୍ଦିର ପରିସରରେ ଅନନ୍ତ ବ୍ରତ କଥା ପାଠ କରାଯିବ । ଏହି ଅବସରରେ ମହିଳାମାନେ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ ସହ ଅନନ୍ତ ବ୍ରତ ପାଳନ କରିବାର ପରମ୍ପରା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |