ପୁରୀ,୩୦।୩ : ଆଜି ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି , ୩ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ | ଆଜି ଚୈତ୍ର ଶୁକ୍ଳ ରାମନବମୀ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ। ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି।ଶ୍ରୀମନ୍ଦିରକୁ ମଧ୍ୟାହ୍ନଧୂପ ଛେକ ପ୍ରବେଶ ପରେ ପରେ ଏହି ନୀତି ପାଳନ କରାଯିବ। ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଜନ୍ମ ନୀତି ସଂପାଦନ କରାଯିବ। ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ରାମ ଜନ୍ମ ନୀତି ପାଇଁ ଆଜି ୩ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ|ଆଜି ସନ୍ଧ୍ୟା ପ୍ରାୟ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମ ନୀତି ଶେଷ ପରେ ରାତି ୮ଟା ପରେ ପୁନର୍ବାର ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |