ପୁରୀ,୨୭।୦୯: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ବୈଠକ ପୂର୍ବାହ୍ନ ୧୧ଟା ରେ ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କ ଦିବ୍ୟସିଂହ ଦେବ ଅଧ୍ୟକ୍ଷତାରେ ବୈଠକରେ ଯୋଗଦେବେ ବରିଷ୍ଠ ଅଧିକାରୀ । ବୈଠକରେ ମୁଖ୍ୟତଃ ଚାରୋଟି ଦିଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ମହାପ୍ରଭୁଙ୍କ ଜମିଜମା ସମସ୍ୟା, ସେବାୟତଙ୍କ ପାଇଁ ଆବାସ ଯୋଜନା, ସେବାୟତଙ୍କ ପିଲା ମାନଙ୍କ ପାଇଁ ଆଦର୍ଶ ଗୁରୁକୂଳ ନିର୍ମାଣର ଅଗ୍ରଗତି ଇତ୍ୟାଦି ପ୍ରମୁଖ ବିଷୟବସ୍ତୁ ଆଲୋଚନା ହେବ।ପୂର୍ବ ବୈଠକରେ ଗୃହୀତ ନିଷ୍ପତ୍ତି ଗୁଡିକ ଅନୁମୋଦନ କରାଯିବ। ସେହିପରି ଭିତର ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |