ଆଜି ସଂଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନବୀସ

ମୁମ୍ବାଇ୩୦/୦୬: ବିଜେପି ନେତା ଦେବେନ୍ଦ୍ର ଫଡଣବିସ୍ ଆଜି ସନ୍ଧ୍ୟା ୭ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ବୁଧବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ତାଙ୍କ ସହିତ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି। ପୂର୍ବରୁ ଚର୍ଚ୍ଚା ଚାଲିଥିଲା ଯେ ଜୁଲାଇ ୧ରେ ଫଡଣବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହା ମଧ୍ୟରେ ଦେବେନ୍ଦ୍ର ଫଡଣବିସ ଏବଂ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ରାଜ୍ୟପାଳଙ୍କ ନିକଟରେ ରାଜ୍ୟରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ସଂପ୍ରତି ବିଜେପି ନିକଟରେ ମୋଟ୍ ୧୦୬ ବିଧାୟକ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ନିର୍ଦ୍ଦଳୀୟ ସମେତ ମୋଟ୍ ୪୯ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଇଛି। ଏ ବିଷୟରେ ଆଲୋଚନା ଲାଗି ଦେବେନ୍ଦ୍ର ଫଡ୍‌ନବୀସ ଓ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟିବାକୁ ରାଜଭବନରେ ପହଞ୍ଚିଛନ୍ତି । କିଛି ସମୟ ପୂର୍ବରୁ ଏକନାଥ ଗୋଆରୁ ଆସି ମୁମ୍ବାଇଠାରେ ଫଡନବୀସଙ୍କୁ ଭେଟିବା ପରେ ଉଭୟ ରାଜ୍ୟପାଳଙ୍କୁ ଭେଟିବାକୁ ଯାିଛନ୍ତି । ଏକନାଥଙ୍କ ନିକଟରେ ୩୯ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି । ସେମାନେ ୧୦୪ ବିଧାୟକ ଥିବା ବିଜେପିକୁ ସମର୍ଥନ ଘୋଷଣା କରିସାରିଛନ୍ତି ।ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ବୁଧବାର ରାତିରେ  ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: