ଆଜି ‘ସଫଳ’ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୧୦:ଆଜି ‘ସଫଳ’ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।    ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ କୁ ଓଡ଼ିଶାରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। କୃଷି ଋଣ ପାଇଁ ସରଳୀକୃତ ଆବେଦନ (ସଫଳ) ପୋର୍ଟାଲ ଆରମ୍ଭ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଏହି ପୋର୍ଟାଲ କୃଷକ ଓଡ଼ିଶା ଡାଟାବେସ୍‌ ସହ ସଂଯୁକ୍ତ ହୋଇଛି ଓ ୪୦ରୁ ଅଧିକ ବ୍ୟାଙ୍କ ସଂଯୋଗ ହୋଇଛନ୍ତି । ୩୦୦ରୁ ଅଧିକ ରକମର କୃଷି ଋଣ ଆବେଦନ ଏହି ଗୋଟିଏ ପୋର୍ଟାଲରେ ସମ୍ଭବ । ଆଗ୍ରହୀ ଚାଷୀ ଓ କୃଷି ଉଦ୍ୟୋଗୀ ସିଧାସଳଖ ଅନଲାଇନରେ ଏଥିରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ ସୁବିଧା ମିଳିବ । ପୋର୍ଟାଲରେ ଋଣ ଦରଖାସ୍ତର ବାସ୍ତବ ସ୍ଥିତି ମଧ୍ୟ ଯାଞ୍ଚ କରାଯାଇପାରିବ । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ଏହି ପୋର୍ଟାଲ ରାଜ୍ୟରେ କୃଷିଋଣ କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: