ଭୁବନେଶ୍ୱର,,୪ା୩: ଆଜି ରାଜ୍ୟସାରା ସମସ୍ତ ଏସପି ଅଫିସ ଆଗରେ ଧାରଣାରେ ବସିବ ଦଳ । ପୋଲିସର ଦଳୀୟ ଆଭିମୁଖ୍ୟକୁ ନେଇ ବିଜେପିର ହଲ୍ଲାବୋଲ୍ । ଆଜି ସମସ୍ତ ଏସପି ଅଫିସ ଆଗରେ ଧାରଣା ଦେବ ଦଳ । ନବ ଦାସ ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଯୁବମୋର୍ଚ୍ଚା ସଦସ୍ୟଙ୍କ ଉପରେ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଆଟାକିଂ ମୁଡରେ ବିଜେପି । ଗତକାଲି ସବୁ ଥାନାରେ ଡିଜି, କମିଶନର ଓ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଦଳ ଏଫଆଇଆର୍ ଦେଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ନେଇ ସ୍ବର ଉଠାଇଲେ ରାଜ୍ୟ ସରକାର ଦମନମୂଳକ ନୀତି ଅବଲମ୍ବନ କରୁଛନ୍ତି । ଯେଉଁଥିପାଇଁ ପୋଲିସ ବିରୋଧରେ ଆରପାରର ଲଢ଼େଇକୁ ଓହ୍ଲେଇଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ ଡାକରା ଦେଇଛି ଦଳ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |