ଆଜି ସୁପରଜାଏଣ୍ଟସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ

ମୁମ୍ବାଇ, ୧୯/୦୪: ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ । ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍‌ ଖେଳି ସମାନ ସଂଖ୍ୟକ ୮ ପଏଣ୍ଟ ପାଇଛନ୍ତି । ଗୁଜରାଟ ଟାଇଟନ୍ସ ୧୦ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ନେଟ୍‌ ରନ୍‌ରେଟ୍‌ ଆଧାରରେ ରାଜସ୍ଥାନ ରୟାଲ୍ସ(୮) ଦ୍ୱିତୀୟ, ସୁପରଜାଏଣ୍ଟ୍‌ସ ତୃତୀୟ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ସ୍ଥାନରେ ରହିଛନ୍ତି । ମଙ୍ଗଳବାର ଉଭୟ ଦଳ ମଧ୍ୟରେ ଶୀର୍ଷ ସ୍ଥାନ ପାଇଁ ଲଢ଼େଇ ହେବ ।  ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ସୁପରଜାଏଣ୍ଟ୍‌ସ ଗତ ୧୬ ତାରିଖ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୬ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏବଂ ସୁପରଜାଏଣ୍ଟ୍‌ସ ୧୮ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ତେଣୁ ଆଜି ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌ । ଦୁଇ ଦଳ ବ୍ୟାଟିଂ ବିଭାଗ ଉପରେ ନିର୍ଭରଶୀଳ । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଦିନେଶ କାର୍ତ୍ତିକ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି ।  ସୁପରଜାଏଣ୍ଟ୍‌ସ ଇତିମଧ୍ୟରେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛି । ଦଳ ଅଧିନାୟକ ଲୋକେଶ ରାହୁଲ ଓ କ୍ୱିଣ୍ଟନ ଡି’କକ୍‌ଙ୍କ ଉପରେ ନିର୍ଭରଶୀଳ ରହିଛି । ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସେ ଅପରାଜିତ ୧୦୩ରନ୍‌ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ପଟରେ ଦଳ ୩ନଂ ବ୍ୟାଟିଂ କ୍ରମକୁ ନେଇ ଚିନ୍ତିତ ରହିଛି । କାର୍ତ୍ତିକଙ୍କୁ ରୋକିବା ପାଇଁ ସୁପରଜାଏଣ୍ଟ୍‌ସ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ । କାର୍ତ୍ତିକ ରିଷ୍ଟ ସ୍ପିନରଙ୍କ ବିପକ୍ଷରେ ସେତେଟା ସଫଳ ହୋଇନାହାନ୍ତି । ତେଣୁ ଦଳ ରବି ବିଷ୍ଣୋଇଙ୍କୁ ନେଇ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫାଫ୍‌ ଡୁ’ପ୍ଲେସି (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ୍‌ ମ୍ୟାକ୍ସୱେଲ, ସୁୟଶ ପ୍ରଭୁଦେଶାଇ, ସାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜେଲଉଡ୍‌ ।

ସୁପରଜାଏଣ୍ଟ୍‌ସ: ଲୋକେଶ ରାହୁଲ (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ମନୀଷ ପାଣ୍ଡେ, ମାର୍କସ ଷ୍ଟଇନିସ୍‌, ଦୀପକ ହୁଡ଼ା, ଆୟୁଷ ବାଦୋନି, କୃନାଲ ପାଣ୍ଡ୍ୟା, ଜାସନ ହୋଲ୍ଡର, ଦୁଷ୍ମନ୍ତ ଚାମ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: