ଆଜି ହାଇଦ୍ରାବାଦର ଲାଲ ବାହାଦୁର ଷ୍ଟାଡିୟମରେ ମ୍ୟାଚ୍ ଖେଳିବେ ସାନିଆ

ନୂଆଦିଲ୍ଲୀ,୫ ।୩: ଭାରତର ଟେନିସ କ୍ୱିନ୍ ସାନିଆ ମିର୍ଜାଙ୍କୁ ଦିଆଯିବ ଭବ୍ୟ ବିଦାୟ । ଆଜି ହାଇଦ୍ରାବାଦର ଲାଲ ବାହାଦୁର ଷ୍ଟାଡିୟମରେ ବିଦାୟୀ ମ୍ୟାଚ୍ ଖେଳିବେ ସାନିଆ । ହୋମ୍ ଟାଉନରେ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ଗହଣରେ ଟେନିସକୁ ବାଏ ବାଏ କହିବାକୁ ଯାଉଥିବାରୁ ଖୁସିଥିବା ସେ କହିଛନ୍ତି ।ଚଳିତବର୍ଷ ଆରମ୍ଭରେ ହିଁ ନିଜ ଅବସର ନେଇ ଘୋଷଣା କରିଥିଲେ ସାନିଆ । ୧୯ ବର୍ଷ ପୂର୍ବରୁ ୨୦୦୫ରେ ମେଲବର୍ଣ୍ଣରୁ ହିଁ କ୍ୟାରିଅର ଆରମ୍ଭ କରିଥିଲେ । ସେରେନା ୱିଲିୟମ୍ସଙ୍କ ସହ ଖେଳିଥିଲେ ପ୍ରଥମ ମ୍ୟାଚ୍‌ । ନିଜ କ୍ୟାରିୟରରେ ୧୧ଟି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ ଖେଳିଛନ୍ତି ଭାରତର ଏହି ସୁନା ଝିଅ । ୬ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଥିବା ବେଳେ ଏଥିରୁ ୩ଟି ମିକ୍ସଡ ଡବଲ୍ସ ରହିଛି । ଗ୍ରାଣ୍ଡସ୍ଲାମ୍‌ ସହ ୪୩ଟି ଡବଲ୍ସ ଟାଇଟଲ୍‌ ଜିତିଛନ୍ତି ସାନିଆ । ମହିଳା ଡବଲ୍ସ କାଟେଗୋରିରେ ୯୧ ସପ୍ତାହ ଧରି ନମ୍ବର-୧ରେ ରହିଥିଲେ ସାନିଆ ମିର୍ଜା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!