ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼,୩୦/୦୭: ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ।   ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଭିନ୍ନ ଛକରେ ରାସ୍ତାରୋକ ସହ ପିକେଟିଂ ଜାରି ରହିଛି। କିଛି ଛକରେ ରାସ୍ତାରେ ଟାୟାର ଜାଳି ଯାନବାହନ ଯାତାୟତକୁ ଠପ୍ କରିବା ସହ ବନ୍ଦ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜର ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜ ର ମୃତ୍ୟୁ କୁ ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ଆଦିତ୍ୟରାଜ ମୃତ୍ୟୁ ଘଟଣାକୁ ନେଇ ବିକାଶ ସ୍କୁଲ ଆଗରେ ଗତ ୨୫ତାରିଖ ଦିନ ଅଭିଭାବକ ମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ବରଗଡ଼ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ବରଗଡ଼ ସହରର ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଆନ୍ଦୋଳନ କାରୀ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ବନ୍ଦ କରିଛନ୍ତି । ବରଗଡ଼ ସଚେତନ ନାଗରିକ କମିଟିର ଏହି ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବରଗଡ଼ ସାମ୍ବାଦିକ ସଂଘ, ବରଗଡ଼ ଜିଲ୍ଲା ଓକିଲ ସଂଘ, ଅଭିଭାବକ ସଂଘ ସମେତ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: