ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ କପ୍ତପଦା ଉପଖଣ୍ଡ

ଉଦଳା, ୨୬।୮:  ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ କପ୍ତପଦା ଉପଖଣ୍ଡ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରେଳ ସଂଯୋଗ ଦାବିରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ରେଳ ସଂଯୋଗ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ଦ ପାଳନ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଛି ।୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା । ଦୀର୍ଘ ଦିନରୁ ବାରମ୍ବାର ହୋଇ ଆସୁଥିବା ଦାବିକୁ ପୁଣି ଦୋହରାଇଛି ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା । କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଶୁକ୍ରବାର ସକାଳ ସମୟରୁ ମୁକ୍ତିମୋର୍ଚ୍ଚାର ସଦସ୍ୟମାନେ ପିକେଟିଂ କରିବା ସହିତ ଦୋକାନ ବଜାର ବନ୍ଦ କରିଛନ୍ତି । ଏହାପରେ ଦୋକାନ ବଜାର ଖୋଲା ରହିବ । ଏହି ବନ୍ଦ ଡାକରାରେ କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: