ଆଜି ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ

ବଲାଙ୍ଗୀର , ୧୭।୧୦ : ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ୧୨ ଘଣ୍ଟିଆ ବନ୍ଦ ରହିବ । ହରିଶଙ୍କର- ନୃସିଂହନାଥ ପ୍ରସ୍ତାବିତ ରୋପୱେ ବାତିଲ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।ହରିଶଙ୍କରରୁ ନୃସିଂହନାଥ ରୋପୱେ ନିର୍ମାଣ ଲାଗି ଦାବି ହେଉଛି।  କୋଶଲ ସଂଘର୍ଷ ବାହିନୀ ପକ୍ଷରୁ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ।  ଏହାର ପ୍ରଭାବରେ ଖପ୍ରାଖୋଲର ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ, କଲେଜ ମଧ୍ୟ ବନ୍ଦ  ରହିଥିବାର ଖବର ମିଳିଛି ।  ଯହାଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣା ପଡିଛି । ତେବେ ଆଜିର ଏହି ବନ୍ଦ ଡାକରା ସଫଳ କରିବା ପାଇଁ କୋଶଲ ସଂଘର୍ଷ ବାହିନୀ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି । ସୂଚନାଯୋଗ୍ୟ, ରାଜ୍ୟ ସରକାର ହରିଶଙ୍କରରୁ ନୃସିଂହନାଥ ଯାଏ ରୋପୱେ କରିବାକୁ ଘୋଷଣା କରିଥିଲେ। ଏହାପରେ ଅଂଚଳବାସୀ ବେଶ୍ ଖୁସି ହୋଇଥିଲେ। କାରଣ ବୈଶାଖ ମେଳା ସମୟରେ ହଜାର ସଂଖ୍ୟାରେ ଲୋକମାନେ ପାହାଡ଼ରେ ଚଢ଼ି ହରିଶଙ୍କରରୁ ନୃସିଂହନାଥ ଯାଉଥିଲେ। ଯେଉଁମାନେ ଚାଲି ଯାଇପାରୁ ନଥିଲେ ସେମାନେ ଗାଡ଼ିରେ ୧୧୦କିମି ବୁଲି ଯିବାକୁ ପଡୁଥିଲା। ରୋପୱେ ହୋଇଥିଲେ କମ ଦୂରତା ସହ ଆରାମରେ ଚାଲି ଯାଇ ପାରୁନଥିବା ଲୋକ ଯିବାଆସିବା କରିଥାନ୍ତେ। ଏପରିକି ପର୍ଯ୍ୟଟନସ୍ଥଳୀକୁ ବି ଆହୁରି ପର୍ଯ୍ୟଟକ ଆକର୍ଷିତ ହୋଇ ଯାଇଥାନ୍ତେ। କିନ୍ତୁ, ହଠାତ୍ ନିଷ୍ପତ୍ତି ନେଇ ଘୋଷଣା କରାଯାଇଥିଲେ ବି ଏବେ ସେହି ପ୍ରକଳ୍ପ ଆଉ ଆଗକୁ ହେବ ନାହିଁ ବୋଲି ଜଣାପଡ଼ିଲାଣି। ଏଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏଥିଲାଗି କେତେକ ସ୍ଥାନରେ ଆନ୍ଦୋଳନ ଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: