ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ବଲାଙ୍ଗୀର,୨୪/୧୧: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି। ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି l ଆଜି ସକାଳୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ସେହିପରି ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି l ଏନେଇ କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଛନ୍ତି l କେବଳ ଜରୁରୀ ସେବାକୁ ବାଦ ଦେଇ ସମସ୍ତ ଯାନବାହାନ ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ଆଦି ବନ୍ଦ ରହିବ ବୋଲି କୁହାଯାଇଛି  l ଦୀର୍ଘ ୩୦ବର୍ଷ ଧରି ଟିଟିଲାଗଡ଼ ଜିଲ୍ଲା ଆନ୍ଦୋଳନ ଜାରି ରହିଛି l ହେଲେ ଶାସକ ଦଳ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିବା ନେଇ ସ୍ଥାନୀୟ ଜନତା ଆନ୍ଦୋଳିତ ହୋଇଛନ୍ତି l ଏନେଇ ଗତ ସପ୍ତାହଟିଏ ହେଲା ଟିଟିଲାଗଡ଼ ଜିଲ୍ଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି l ୧୫ ଦିନ ମଧ୍ୟରେ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି l  ଏନେଇ ଆଜି ବନ୍ଦକୁ  ସହରବାସୀ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି l ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ ଜିଲ୍ଲା ସଂଗ୍ରାମୀ ଧାରଣାରେ ବସିଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: