ଅନୁଗୁଳ,୨୩/୦୮: ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଳନ । ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ ହେଉଛି।ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ରେ ବାଧା ପ୍ରାପ୍ତ ହେଇଛି । ତେବେ ପାଲଲହଡା ଓକିଲ ସଂଘ ତରଫ ରୁ ଏହି ବନ୍ଦ ଡାକରା ଦିଆ ଯାଇଛି ।ସେହିପରି ଏହି ଡାକରାକୁ ବିଜେଡି, ବିଜେପି, କଂଗ୍ରେସ, ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ ଓ ସମସ୍ତ ପୂଜା କମିଟି ସମେତ ଜନସାଧାରଣଙ୍କର ଅକୁଣ୍ଠ ସମର୍ଥନ ମିଳିବାର ଦେଖା ଦେଇଛି। ଜନପ୍ରତିନିଧି ବି ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ପାଲଲହଡ଼ା ଉପକଣ୍ଠ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଲୋକେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି। ଏହାଛଡ଼ା ପାଲଲହଡ଼ାର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ସମସ୍ତ ଯାନବାହନ ଓ ସରକାରୀ କାର୍ଯ୍ୟାଳୟ ଓ ବେସରକରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଖମାରଠାରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ବନ୍ଦପାଳନ ଜାରି ରହିଛି।ପାଲଲହଡା ସଚେତନ ନାଗରିକ ସଂଘ, ବଣିକ ସଂଘ,ପାଲଲହଡା ଏବଂ ଖମାର ସାମ୍ବାଦିକ ସଂଘ,ପାଲଲହଡା ବଣିକ ସଂଘ ଏବଂ ଆହୁରି ଅନେକ ସଂଗଠନ ସାମିଲ ଅଛନ୍ତି। ପାଲଲହଡାରେ ଦେୱାନି ଅଦାଲତ ପ୍ରତିଷ୍ଠା ଏବଂ ପାଲଲହଡା ଉପ କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |