ଆଜି ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ,  ୧୦/୦୬: ଆଜି ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେହି ୪ଟି ରାଜ୍ୟ ହେଉଛି ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକ । ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । ସେଥିରେ ହରିୟାଣାର ୨, ରାଜସ୍ଥାନର ୪, ମହାରାଷ୍ଟ୍ରର ୬ ଓ କର୍ଣ୍ଣାଟକର ୪ଟି ଆସନ ପାଇଁ ନିର୍ବାଚନ ହେବ ।  ନିର୍ବାଚନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ହେବ ।ଭୋଟଗ୍ରହଣ ପରେ ଏହାର ଫଳାଫଳ ସନ୍ଧ୍ୟା ପର୍ଯ୍ୟନ୍ତ ଆସିଯିବ ।  ତେବେ ୧୫ ରାଜ୍ୟରୁ ୫୭ଟି ଆସନ ‌ଲାଗି ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ୪୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ତେବେ ଅବଶିଷ୍ଟ ୧୬ଟି ଆସନ ଲାଗି ଆଜି ମତଦାନ ହେବ। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିଆଣାରେ ଏହି ନିର୍ବାଚନ ହେବ। ଏହି ସବୁ ରାଜ୍ୟରେ ରାଜନୈତିକ ଦଳମାନେ ନିଜ ନିଜ ବିଧାୟକମାନଙ୍କୁ ହୋଟେଲ ଅଥବା ଅନ୍ୟ ସୁରକ୍ଷିତ ସ୍ଥାନରେ ରଖିଛନ୍ତି ।  ହରିୟାଣା କଂଗ୍ରେସର ସମସ୍ତ ବିଧାୟକ ଛତିଶଗଡ଼ ପହଞ୍ଚିଥିଲେ, ଏହା ପରେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ନିଆଯାଇଥିଲା । ବିଜେପି-ଜେଜେପି ସମସ୍ତ ବିଧାୟକଙ୍କୁ ଚଣ୍ଡୀଗଡ଼ ରିସର୍ଟରେ ରଖିଛି । ରାଜସ୍ଥାନର ବିଧାୟକମାନେ ଉଦୟପୁରସ୍ଥିତ ଏକ ହୋଟେଲରେ ଅଟକିଥିଲେ । ପରେ ସେମାନଙ୍କୁ ଅଶୋକ ଗହଲୋତଙ୍କ ହେପାଜତରେ ଜୟପୁର ନିଆଯାଇଥିଲା । ମହାରାଷ୍ଟ୍ରରେ ମହାବିକାଶ ଅଘାଡୀ ଓ ବିଜେପି ବିଧାୟକଙ୍କୁ ହୋଟେଲରେ ରଖାଯାଇଛି ।  ଆଜିର ରାଜ୍ୟସଭା ନିର୍ବାଚନରେ ପୀୟୁଷ ଗୋୟଲ, ନିର୍ମଳା ସୀତାରମଣ, କଂଗ୍ରେସ ନେତା ଜୟରାମ ରମେଶ, ରଣଦୀପ ସୁରଜେୱାଲା, ଅଜୟ ମାକନ, ସଂଜୟ ରାଉତ ଓ ଏନସିପିର ପ୍ରଫୁଲ ପଟେଲ ଭଳି ନେତାମାନେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ୧୬ ଆସନ ପାଇଁ ନେତାମାନେ ନିଜ ନିଜ ହିସାବରେ ଗଣିତ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: