ଭୁବନେଶ୍ୱର,୦୧/୦୪: ଆଜି ୮୭ତମ ଉତ୍କଳ ଦିବସ । ପ୍ରତିବର୍ଷ ଅପ୍ରେଲ ୧କୁ ‘ଉତ୍କଳ ଦିବସ’ ରୂପେ ପାଳନ କରାଯାଏ। ଅତୀତର ସେନାନାୟକଙ୍କ ଅବଦାନକୁ ମନେପକାଇବା ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି।ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ଏହି ଓଡିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ହୋଇଥାଏ ।ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି ।୧୯୩୬ ମସିହା ଏପ୍ରିଲ ୧ ଅର୍ଥାତ ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା । ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ଭୂମି । ଏହାରି ମଧ୍ୟରେ ମଧ୍ୟରେ ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ । ଭୁବନେଶ୍ୱରର ବିଭିନ୍ନ ଅଫିସ୍ ଓ ଛକ ଆଜି ପାଇଁ ଆଲୋକରେ ସଜା ଯାଇଛି । ରାଜଧାନୀ ଯେପରି ଆଜି ନୂତନ ବୋଧୂ ବେଶରେ ସଜେଇ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |