ଆଜି ୱେଷ୍ଟ ଇଣ୍ଡିଜ ଓ ଭାରତ ପ୍ରଥମ ଟି-ଟ୍ୱେଣ୍ଟି

ଟରୌବା,୨୯/୦୭: ଆଜି ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଇତି ମଧ୍ୟରେ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି ।ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି, ପେସ୍‌ ବୋଲର ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । କୋହଲି ଓ ବୁମରାଙ୍କୁ ସମ୍ପୂର୍ଣ୍ଣ ୱେଷ୍ଟ ଇଣ୍ଡିଜ୍‌ ଗସ୍ତରୁ ବାଦ ଦିଆଯାଇଛି । ଚହଲ କେବଳ ଦିନିକିଆ ଦଳରେ ସାମିଲ ଥିଲେ । ସ୍ପୋର୍ଟ୍ସ ହାର୍ନିଆର ସଫଳ ଅସ୍ତ୍ରୋପଚାର ପରେ ଲୋକେଶ ରାହୁଲ ଫିଟ୍‌ ହୋଇ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିଲେ । ହେଲେ ୱେଷ୍ଟ ଇଣ୍ଡିଜ୍‌ ଗସ୍ତ କରିବା ପୂର୍ବରୁ କରୋନା ସଂକ୍ରମିତ ହୋଇ ବାଦ ପଡ଼ିଛନ୍ତି । ଭାରତର ଯୁବ ଖେଳାଳିମାନଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି । ତେଣୁ କୋହଲି, ବୁମରା ଓ ରାହୁଲଙ୍କ ଅନୁପସ୍ଥିତି ଅନୁଭବ ହେବ ନାହିଁ। ଚହଲଙ୍କ ସ୍ଥାନ ପୂରଣ କରିବା ପାଇଁ ଭେଟେରାନ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବ ଦଳରେ ରହିଛନ୍ତି । ଆଜି ଭାରତ ଶ୍ରେଷ୍ଠ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ରୋହିତଙ୍କ ସହ ରିଷଭ ପନ୍ତଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିବା ଆଶା କରାଯାଉଛି । ମଧ୍ୟ ଭାଗରେ ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ଦିନିକିଆ ସିରିଜ ପରାଜିତ ହୋଇଥିଲେ ହେଁ ୱେଷ୍ଟ ଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ବେଶ୍‌ ଶକ୍ତିଶାଳୀ । ଦଳରେ ଏକାଧିକ ଅଲ୍‌ରାଉଣ୍ଡର ରହିଛନ୍ତି । ଏକାଧିକ ବ୍ୟାଟର ବିଶାଳ ସଟ୍‌ମାନ ଖେଳିବାରେ ସିଦ୍ଧହସ୍ତ । ନିକୋଲାସ ପୂରନ ଓ କେଲି ମେୟର୍ସଙ୍କ ଭଳି ବ୍ୟାଟର ଫର୍ମରେ ରହିଛନ୍ତି । ସାଇ ହୋପ୍‌ ଫର୍ମ ଫେରିପାଇଛନ୍ତି । ଗତ ସିରିଜରେ ୱେଷ୍ଟ ଇଣ୍ଡିଜ୍‌ ୨-୧ରେ ବାଂଲାଦେଶକୁ ହରାଇଥିଲା । ଏହି ସଫଳତାକୁ ଭାରତ ବିପକ୍ଷରେ ଉପଯୋଗ କରିବାକୁ ଘରୋଇ ଦଳ ପ୍ରୟାସ କରିବ ।

 ଭାରତୀୟ ଦଳରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଶ୍ନୋଇ, କୁଲଦୀପ ଯାଦପ(ଫିଟ୍‌ନେସ୍‌ ଟେଷ୍ଟ), ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।

ୱେଷ୍ଟ ଇଣ୍ଡିଜ୍‌ ଦଳ: ନିକୋଲାସ ପୂରନ(ଅଧିନାୟକ), ସାମରା ବ୍ରୁକ୍ସ, ବ୍ରାଣ୍ଡନ କିଙ୍ଗ୍‌, ରୋଭମାନ ପାୱେଲ୍‌, କିସ୍‌ କାର୍ଟି, କେଲି ମେୟର୍ସ, ଜାସନ ହୋଲ୍ଡର, ଗୁଡ଼ାକେଶ ମୋତି, କିମୋ ପଲ୍‌, ସାଇ ହୋପ, ଅକିଲ ହୋସେନ, ଅଲଜାରୀ ଜୋଶେଫ, ଜେଡେନ ସିଲ୍ସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: