ନବରଙ୍ଗପୁର,୧୫/୩( ମିହିର ଶଙ୍କର ପାତ୍ର):ଏକ ବିବାଦର ଅବସାନ ଘଟାଇବା ପାଇଁ ହିନ୍ଦୁ ମହାସଂଘ ପକ୍ଷରୁ ଉଦ୍ୟମ କରାଯାଉଛି। ଗତ କିଛି ଦିନ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଜିଲ୍ଲା ବାହାର ରୁ ଲୋକ ଆସି ନିରିହ ଲୋକ ମାନଙ୍କୁ ନିଜ ସଂସ୍କୃତି ଓ ପରମ୍ପରା ରୁ ଦୂରେଇବା ପାଇଁ ଅଫଚେଷ୍ଟା କରୁଛନ୍ତି। ଆଦିବାସୀ ମାନେ ହିନ୍ଦୁ ନୁହନ୍ତି ବୋଲି କହିବା ସହ ହିନ୍ଦୁ ଦେବଦେବୀ ମାନଙ୍କୁ ଅପମାନିତ କରୁଛନ୍ତି। ଏହି ଖବର ମହାସଂଘ ନିକଟରେ ପହଞ୍ଚିବା ପରେ ମହାସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସେହି ବ୍ୟକ୍ତି ମାନଙ୍କ ପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବୀ କରା ଯାଇଛି। ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଶ୍ରୀ ଜୟନ୍ତ କୁମାର ପାତ୍ର ଗାଁ ଗାଁ ବୁଲି ଏହି ବିଷୟରେ ସଚେତନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ବିଧର୍ମୀ ଙ୍କୁ ତାଙ୍କ ଭାଷା ରେ ଜବାବ ଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି। ମହାସଂଘ ର ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୈ।ଭାଗ୍ୟ ବାବା ଦୃଢ଼ତାର ସହ ବ୍ୟକ୍ତ କରିଛନ୍ତି ଯେ ଆଦିବାସୀ ମାନେ ପ୍ରକୃତ ରେ ହିନ୍ଦୁ ଅଟନ୍ତି। ଏସି ଓ ଏସ.ଟି ମାନଙ୍କୁ ଧର୍ମାନ୍ତରୀକରଣ କରିବା ପାଇଁ କିଛି ଲୋକ ଚେଷ୍ଟା କରୁଛନ୍ତି ଏବଂ ଏହା କରିବାକୁ ଦିଆ ଯିବ ନାହିଁ ବୋଲି ସେ ବ୍ୟକ୍ତ କରିଛନ୍ତି। ଜଗନ୍ନାଥ, ଶ୍ରୀ ରାମ ଏବଂ ମହିମା ଗୋସେଇଁ ଙ୍କ ଭକ୍ତ ଅନେକ ଆଦିବାସୀ ଥିଲେ ଏବଂ ଅଛନ୍ତି। ବିଦେଶୀ ମାନଙ୍କ ଉଦ୍ୟମରେ ଧର୍ମାନ୍ତରୀକରଣ ଚାଲିଛି ବୋଲି ସେ ସୂଚନା ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |