ଆଦିବାସୀ ବିଧବାଙ୍କ ଲକ୍ଷାଧିକ ଟଙ୍କା ଶିକ୍ଷକଙ୍କ ଦ୍ୱାରା ଆତ୍ମସାତ !

କୋରାପୁଟ,୧୯/୯(ଓଡ଼ିଆନ ମିଡ଼ିଆ ):କୋରାପୁଟ ଜ଼ିଲ୍ଲାର କୋଟପାଡ଼ରେ ଆଦିବାସୀ ବିଧବାମହିଳାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ ଘଟଣା ସାମ୍ନାକୁ ଆସିଛି ।ସୂଚନାପ୍ରକାରେ କୋଟପାଡ଼ ବ୍ଲକ ଶିକ୍ଷାବିଭାଗ ଅଧୀନରେ ଶିକ୍ଷକଥିବା ସ୍ୱର୍ଗତ ଶୋଭା ନାୟକ ୨୭/୦୯/୨୦୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।ସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥରାଶି ପାଇଁ ସୁଟପଦର ଗ୍ରାମ ପଞ୍ଚାୟତର ଭୁରୁସି ଗ୍ରାମ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଡମ୍ବୁରୁ ହରିଜନ ଏଭଳି ପରିସ୍ଥିତିରେ ସହଯୋଗ କରିଥିଲେ ବିଭିନ୍ନ ସ୍ତରରେ ।ଆଦିବାସୀ ବିଧବା ମହିଳାଙ୍କୁ ସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥରାଶି ପାଇଁ ମଧ୍ୟ ବିଭିନ୍ନ ପ୍ରକ୍ରିୟାରେ ସହଯୋଗର ହାତ ବଢାଇଥିଲେ ।ଯେତେବେଳେ ବିଧବା ଲକ୍ଷ୍ମୀଙ୍କ ଜମାଖାତାରେ ଲକ୍ଷାଧିକ ଟଙ୍କା ଜମାହୋଇଥିବା ଜାଣିବାକୁ ପାଇଲେ ସେ,ବିଧବାଙ୍କ ଠାରୁ ବ୍ୟାଙ୍କ ପାସ ବୁକ ଓ ଚେକ୍ ବୁକ ନେଇ ଟଙ୍କା ଉଠାଣ କରି ବିଧବାଙ୍କୁ ଜଣାଇଲେ ନାହିଁ ।ଯେତେବେଳେ ତାଙ୍କ ଖାତାରୁ ଟଙ୍କା ଉଠାଇନେଇ ଥିବା ଲକ୍ଷ୍ମୀ ଜାଣିଲେ, ଡମ୍ବୁରୁ ହରିଜନଙ୍କୁ ଟଙ୍କା ମାଗିଲେ । ଦୁର୍ଭାଗ୍ୟବଶତଃ ଦୀର୍ଘସମୟରୁ ଅସହାୟ ଆଦିବାସୀ ବିଧବା ଲକ୍ଷ୍ମୀ ନିଜର ଝିଅମାନଙ୍କ ସହ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇପାରି ନାହାନ୍ତି ।ଏଭଳି ପରିସ୍ଥିତିରେ ଶିକ୍ଷକ ଡମ୍ବୁରୁ ହରିଜନଙ୍କ କାର୍ଯ୍ୟ ସନ୍ଦେହଜନକ ।ତେଣୁ ପ୍ରଶାସନ ଏ ଦିଗରେ ତଦନ୍ତ କଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ଏବଂ ଅସହାୟ ଆଦିବାସୀ ବିଧବା ଲକ୍ଷ୍ମୀଙ୍କୁ ନିଜର ଟଙ୍କା ମିଳିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

IMG 20200919 WA0000

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!