ନବରଙ୍ଗପୁର,୧୫/୯(ମିହିର ଶଙ୍କର ପାତ୍ର): ନୂଆଁଖାଇ ପାର୍ବ ର ୪/୫ଦିନ ପରେ ନବରଙ୍ଗପୁର ଜିଲ୍ଲାର ଗାଁ ଗହଳିରେ ପାଳିତ ହୁଏ ପୁରାତନ ପରମ୍ପରା ର ପର୍ଵ ଗରଣ୍ଡି ଯାତ୍ରା। ଆଶାଢ ମାସ ଗୁଣ୍ଡିଚା ଜାତ୍ରା ସମୟ ରେ ଗ୍ରମର ଯୁବକ ଏବଂ କିଶୋର ମାନେ ଜଙ୍ଗଲ ରୁ କାଠ ଆଣି ଗରଣ୍ଡି ପ୍ରସ୍ତୁତ କରିଥାନ୍ତି । ଏହା ୧୦ ରୁ ୧୨ ଫୁଟ ପ୍ରଯ୍ଯନ୍ତ ଉଚ୍ଚ ଦୁଇଟି କାଠରେ ପେଡାଲ୍ ସହିତ ତିଆରି କରି ସେଥିରେ ଚଢି ଯୁଵକ ଏବଂ କିଶୋର ମାନେ ଚାଲିବା ସହ ବିଭିନ୍ନ ଖେଳ କୌଶଲ ଦେଖାଇବା ସହିତ ଗ୍ରାମର ପଡିଆ ରେ ଥିବା ଭଙ୍ଗା ହାଣ୍ଡି କାଚ କୁ ପଡିଆରୁ ଏଥିରେ ଚଢି ସଫା କରିଥାନ୍ତି । ଏମାନଙ୍କ ଖେଳ କୌଶଳ ଦେଖି ଲୋକେ ବେଶ୍ ଆନନ୍ଦ ଅନୁଭବ କରିଥାନ୍ତି। ନୁଆଖାଇର ୪/୫ ଦିନ ପରେ ଯୁବକ ମାନେ ଏଥିରେ ଚଢି ଘର ଘର ବୁଲି ଏକ ପ୍ରକାର ଗୀତ ଗୁଣ୍ଡି ଗୁଣ୍ଡି ଗାଇ ଧାନ ଚାଉଳ ମାଗିଥାନ୍ତି ଲୋକେ ଶ୍ରଦ୍ଧା ରେ ଟଙ୍କା ଚାଉଳ ଦେଇ ଥାନ୍ତି। ଘର ଘର ବୁଲି ମାଗି ଥିବା ଧାନ ଚାଉଳ କୁ ଗ୍ରାମର ବାହାରେ ନେଇ ଭୋଜିଭାତ କରି ଖାଇବା ସହ ଗରଣ୍ଡି କୁ ସେଠାରେ ପକାଇ ଦେଇଥାନ୍ତି।ଏବର୍ଷ କରନା କଟକଣା ଯୋଗୁଁ ଟିକେ ଫିକା ପଡ଼ିଚି ଏହି ପର୍ବ ତଥାପି ଖୁସିର ସହିତ ପାଳିତ ହୋଇଯାଇଛି ନୂଆଁଖାଇଏବଂ ଗରଣ୍ଡୀ ଯାତ୍ରା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |