ଆଦିବାସୀ ମହିଳାଙ୍କୁ ଆତ୍ମ ନିର୍ଭର ଉଦ୍ଧେଶ୍ୟରେ ସିଲାଇ ତାଲିମ ଶିବିର

ମୁନିଗୁଡା,1/2/21 (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବୁର୍ଜୁଗୁଡା ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ “ଗ୍ରାମ ଉତ୍ଥାନ”ଏବଂ “ଉଷା” ସିଲେଇ ମେସିନ ଅନୁଷ୍ଠାନର ମିଳିତରେ ମୁନିଗୁଡା ଏବଂ ବିଷମକଟକ ବ୍ଲକର ଦଶ ଗୋଟି ଗ୍ରାମର ୯ଜଣ ଆଦିବାସୀ ମହିଳା ଓ ସଂଖ୍ୟାଲଘୁ ମହିଳାଙ୍କୁ ଆତ୍ମନିର୍ଭର କରିବା ଉଦ୍ଧେଶ୍ୟରେ ଏକ ସାତ ଦିନିଆ ସିଲେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ମୁଖ୍ୟ ଅତିଥିଭାବେ ସଂପୂର୍ଣ୍ଣା ବି.ସି ପ୍ରାଇଭେଟ ଲିମିଟେଡ଼ର ଶାଖା ପରିଚାଳକ ଟି. ମୁଦୁଲି ଓ ସମ୍ମାନିତ ଅତିଥିଭାବେ ଗ୍ରାମ ଉତ୍ଥାନର ରାଜ୍ୟ ସଂଯୋଜକ ଗୁରୁ ପ୍ରସାଦ ମହାନ୍ତି ଯୋଗଦେଇ ତାଲିମ ନେଉଥିବା ମହିଳା ମାନଙ୍କୁ ସହଜ ଓ ସରଳ ଉପାୟରେ କିପରି ବିଭିନ୍ନ କାରିଗରୀ କରିହେବ ଓ ଏହାଦ୍ୱାରା କିପରି ସେମାନେ ସ୍ୱାବଲମ୍ବୀ ହୋଇ ଆତ୍ମନିର୍ଭର ହୋଇ ପାରିବେ ସେଉପରେ ବୁଝାଇଥିଲେ lପରେ ଆଗାମୀ ଦିନରେ ରୋଜଗାର ପାଇଁ ସେମାନଙ୍କୁ ଉଷା କମ୍ପାନୀ ତରଫରୁ ସିଲେଇ ମେସିନ ଉପହାର ରୂପେ ପ୍ରଦାନ କରିଥିଲେ। ଉକ୍ତ ତାଲିମ ଶିବିରରେ କୁଣ୍ଡିଙ୍ଗି ସୁଜାତା,ଲଳିତା ହୁଈକା, ମୁନିମକଳା ସୁନିତା,ଈଶ୍ୱରୀ କଞ୍ଜୁକା, ରେଜୁୱାନା ବେଗମ, ନୀଳାଦ୍ରି ପାଳକା, ହେମାମାଳିନୀ ହିକକା, ମଞ୍ଜୁଳା ଉର୍ଲ୍ଲକା,କନକ ପିଡ଼ିକାକା ଓ ମାମାଲି କାଡ୍ରାକା ପ୍ରମୁଖ ଶିବିରାର୍ଥୀ ଭାବେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ଶେଷରେ ମହାଶକ୍ତି ଫାଉଣ୍ଡେସନର କାର୍ଯ୍ୟକ୍ରମ ପରିଚାଳକ ମହେଶ୍ୱର ବ୍ରହ୍ମଚାରୀ ଉପସ୍ଥିତ ସିଲେଇ ତାଲିମ ନେଇଥିବା ଶିବିରାର୍ଥୀ,ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: