ଆନ୍ତର୍ଜାତିକ ମାନବାଧିକାର ପରିଷଦ କଳାହାଣ୍ଡି ଜିଲ୍ଲା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ

କଳାହାଣ୍ଡି, ୧୮/୬(ସୁରେଶ ଚନ୍ଦ୍ର ସାହୁ) :– ଆଜି ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକଙ୍କ ସଭାପତିତ୍ୱରେ କଳାହାଣ୍ଡି ଜିଲ୍ଲା ରାଜ୍ୟ ଶାଖାର ଏକ ସାଙ୍ଗଠନିକ ବୈଠକ ପ୍ରାକୃତିକ ଶୋଭାରାଜି ଭରା ନିୟମଗିରି ନିକଟରେ ଅନୁଷ୍ଠିତ ହେଇଛି। ଦୁଇଦିନ ପୂର୍ବେ ରାଜ୍ୟ ସଭାପତି ମାଲକାନଗିରି ବୋର୍ଡର ସାଙ୍ଗଠନିକ ବୈଠକ ସାରି କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ। ଉକ୍ତ ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦର କିଛି ସକ୍ରିୟ ପଦାଧିକାରୀ ପୂର୍ଣ ସହଯୋଗ କରିବାକୁ ସଭାପତିଙ୍କ ସହିତ ଗସ୍ତ କରିଥିବା ସୂତ୍ରରୁ ପ୍ରକାଶ। ରାଜ୍ୟ ସଭାପତି ମାନବାଧିକାର ପରିଷଦକୁ ସକ୍ରିୟ କରିବାକୁ ଓଡ଼ିଶାର ସମସ୍ତ ଜିଲ୍ଲା ଧାରାବାହିକ ଭାବେ ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି। ଆଜିର ସାଙ୍ଗଠନିକ ବୈଠକ ସମାପନ ପରେ ନିକଟସ୍ଥ ବିଶ୍ଵନାଥପୁର ଥାନାକୁ ଯାଇ ଆଇ ଆଇ ସି ରୁନୁ କୁମାରୀ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସାଧାରଣ ଲୋକ ଥାନାରୁ କିପରି ସହଜରେ ନ୍ୟାୟ ପାଇବେ ଆଲୋଚନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: