ଆନ୍ତର୍ଜାତିକ ମାନବାଧିକାର ପରିଷଦ ବରଗଡ଼ ଜିଲ୍ଲା ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ।

ବରଗଡ,୧୮/୬ :- ଆଜ ବରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଅନ୍ତର୍ଜାତିକ ମାନବାଧିକାର ପରିଷଦର ଜିଲ୍ଲା ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହେଇଯାଇଛି। ବରଗଡ଼ ଜିଲ୍ଲା ରେ ମାନବାଧିକାର କର୍ମୀମାନେ ବହୁ ପୂର୍ବରୁ ଜିଲ୍ଲାର ସମସ୍ୟା ଜର୍ଜରିତ ଜନତାକୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଆସୁଛନ୍ତି। ମହାମାରୀ କରୋନା ସଚେତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରୁ ନିରାଶ ହେଉଥିବା ଲୋକଙ୍କୁ ସେମାନଙ୍କ ଅଧିକାର ହାସଲ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା, ବିଗତ ଦିନର ଉଲ୍ଲେଖନୀୟ କାର୍ଯ୍ୟ ଥିଲା। କିନ୍ତୁ ବିଭିନ୍ନ କାରଣ ବଶତଃ ଗୋଟିଏ ସ୍ଥାୟୀ କାର୍ଯ୍ୟାଳୟ ଆଜି ପର୍ଯ୍ୟନ୍ତ ହେଇପାରିନଥିବାରୁ, ସାଧାରଣ ବୈଠକଟିଏ କରିବା ପାଇଁ ସମସ୍ୟା ହେଉଥିଲା। ମୀନକେତନ ପଟ୍ଟନାୟକ ରାଜ୍ୟ ବୋର୍ଡ ସଭାପତି ଦାଇତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ଜିଲ୍ଲାକୁ ତୋଫାନୀ ଗସ୍ତକରି ଜିଲ୍ଲା ବୋର୍ଡ ମାନଙ୍କୁ ସମ୍ପୂର୍ଣ କାର୍ଯ୍ୟକ୍ଷମ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ଇଚ୍ଛା ଶକ୍ତି ପାଇଁ ଆଜି ବରଗଡ଼ ଜିଲ୍ଲାର ସଦର ମହକୁମା ଠାରେ ସ୍ଥାୟୀ କାର୍ଯ୍ୟାଳୟ ହେଇପାରିଥିବାରୁ ବରଗଡ଼ ବୋର୍ଡର କର୍ମୀମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।ଏଠାରେ ଉଲ୍ଲେଖ କରୁକି! ବରଗଡ଼ ଜିଲ୍ଲା ଭୌଗୋଳିକ ଦୃଷ୍ଟିକୋଣରୁ ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ ହେଇଥିବାରୁ, ଆଖପାଖ ଦଶଟି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରିବ। ଯାହା ଫଳରେ ସୁଦୂର ଭୁବନେଶ୍ୱରରୁ ଦିଗଦର୍ଶନ ପାଇବା ପରିବର୍ତ୍ତେ, କିଛି ଅତ୍ୟାବଶ୍ୟକ ନିଷ୍ପତି ଜୋନାଲ ସଭାପତି ଙ୍କ ଦ୍ୱାରା ନିଆଯାଇପାରିବ। ଫଳରେ ସୁବିଧାରେ ସମସ୍ତ କାର୍ଯ୍ୟ ଅନାୟାସରେ ହେଇପାରିବ ।

WhatsApp Image 2021 06 18 at 8.58.38 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!