ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସ୍ତରୀୟ କଳିଙ୍ଗ ଭୂମିପୁତ୍ର ସମ୍ମାନ

ଭୁବନେଶ୍ୱର,୨୬/୫: ଆଜି ରାଜଧାନୀ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସ୍ଥରୀୟ କଳିଙ୍ଗ ଭୂମିପୁତ୍ର ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମର ବିଶେଷତ୍ୱ ହେଲା ସମାଜର ବିଭିନ୍ନ ସ୍ଥରରେ, (ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା ଏବଂ ସମାଜସେବା) ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ଆଗକୁ ଅଧିକରୁ ଅଧିକ ପ୍ରୋତ୍ସାହିତ ହେବାପାଇଁ ସମ୍ମାନିତ କରିବା।ସ୍ୱଳ୍ପ ସମୟରେ ହେଲେ ମଧ୍ୟ କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିବାକୁ ପରିଷଦର କର୍ମକର୍ତ୍ତା ମାନେ ଆପ୍ରାଣ ଉଦ୍ୟମ କରିବା ପରିଲକ୍ଷିତ ହେଇଛି। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ଅତିକ୍ରାନ୍ତ ବୟସରେ ମାତୃତୁଲ୍ୟା ତୁଳସୀ ମୁଣ୍ଡାଙ୍କ ଯୋଗଦାନ ଉପସ୍ଥିତ ବର୍ଗଙ୍କୁ ସ୍ଥମ୍ଭିଭୂତ କରିବା ସହ ତାଙ୍କର ପ୍ରଗଳ୍ଭ ବକ୍ତବ୍ୟରୁ ସମାଜସେବାର ପ୍ରେରଣା ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମିଳିବା ଆଜିର କାର୍ଯ୍ୟକ୍ରମର ସାଫଲ୍ୟତା। କାର୍ଯ୍ୟକ୍ରମର ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଜାତୀୟ ସଭାପତି ନସିଦ ଆଫ୍ରୋଜ଼। ସମାଜସେବୀ ନସିଦ ଆଫ୍ରୋଜ଼ ଦୀର୍ଘବର୍ଷ ଧରି ସଂସ୍ଥାର ଚେୟାରମ୍ୟାନ ସୋନି ସାହାଙ୍କ ସହ କାନ୍ଧକୁ କାନ୍ଧ ମିଳେଇ ଭାରତବର୍ଷର କୋଣ ଅନୁକୋଣରେ ସମାଜସେବାର ବାର୍ତା ପହଞ୍ଚାଇବା, ଉଣା ଅଧିକେ ସମସ୍ତଙ୍କୁ ଜଣା। ତାଙ୍କ ପ୍ରଚେଷ୍ଟାରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଆଜି ଭାରତବର୍ଷର ପ୍ରତ୍ୟେକ ବ୍ଲକରେ ସଂସ୍ଥାର ଉପସ୍ଥିତି ଜାହିର କରିବା ଦ୍ୱାରା ସମାଜରୁ ଅବହେଳିତ ନିଷ୍ପେତିତ ବର୍ଗଙ୍କୁ କିଛିଟା ନ୍ୟାୟ ପାଇବା ସମ୍ଭବ ହେଇପାରିଛି। ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଡ଼.ଉତ୍ତମ ମଲ୍ଲିକ। ଯାହାଙ୍କୁ ଜଳଦୁତ୍ତର ଆଖ୍ୟା ମିଳିଛି। ମାଲକାନଗିରି ଭଳି ଦୁର୍ଗମ ଜିଲ୍ଲାରେ କାମଳ ରୋଗରୁ ରକ୍ଷା ପାଇବା ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମରେ ନିଜସ୍ୱ ଉଦ୍ୟମରେ କ୍ଷୁଦ୍ର ପାନୀୟଜଳ ପ୍ରକଳ୍ପ କରିବା ସହ ଆଦିବାସୀ ପିଲାଙ୍କୁ ମାଗଣା ଇଂରାଜୀ ମାଧ୍ୟମ ଶିକ୍ଷା ପାଇବା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିବା ଯାହାର ଲକ୍ଷ। ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଇଷ୍ଟ ଜୋନ ସଭାପତି ପ୍ରମୋଦ କୁମାର ପୃଷ୍ଟି। ନିକଟରେ ସଂସ୍ଥା ସହ ଜଡିତ ପ୍ରମୋଦ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବାରମ୍ବାର ଗସ୍ତକରି ପ୍ରତ୍ୟେକ ଜିଲ୍ଲାରେ ସଂସ୍ଥାର ଶାଖା ଖୋଲିବା ଦ୍ୱାରା ଆଜି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମାଜସେବୀ ସୃଷ୍ଟି ହେବା ସମ୍ଭବ ହେଇପାରିଛି। କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଭୁଲି ନାହାଁନ୍ତି ମିସ ଇଣ୍ଡିଆ ସନ୍ଧ୍ୟା ନେମାଲପୁରୀ ଦଳେଇ। ସନ୍ଧ୍ୟା ଭାରତବର୍ଷର ଜଣେ ଗ୍ଲାମର ଗାର୍ଲ ଭାବରେ ଜଣାଶୁଣା ଚେହେରା। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଜନ୍ମ ହେଇ ଲଗାତର ଭାବେ ଗ୍ଲାମର ଦୁନିଆଁର ଶୀର୍ଷ ସ୍ଥାନ ଅଧିକାର କରିବା କମ ବଡ଼ କଥାନୁହଁ। ସେପରି ଜଣେ ବ୍ୟତିତ୍ୱ ବୋର୍ଡର ରାଜ୍ୟ ମହିଳା ଅଧକ୍ଷ ଦାଇତ୍ୱ ନେବାପରେ ଓଡ଼ିଶାର କୋଣ ଅନୁକୋଣ ଗସ୍ତକରି ନାରୀ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବା, ଆଜିର ଯୁବପିଢି ପାଇଁ ଉଦାହରଣ। ଆଜିର କାର୍ଯ୍ୟକ୍ରମକୁ ଆୟୋଜନ କରିବା ଏବଂ ଅତିଥି ମାନଙ୍କୁ ଯଥା ସମ୍ମାନର ସହ ନିମନ୍ତ୍ରଣ କରି ମଞ୍ଚକୁ ଆଣିବା ଦାଇତ୍ୱ ନୂତନ ଭାବେ ରାଜ୍ୟ ସଭାପତି ଭାବେ ଯୋଗଦେଇଥିବା ଦୀପକ ତରସିଆଙ୍କ ଉପରେ। ସ୍ୱଳ୍ପ ସମୟ ମଧ୍ୟରେ ସମ୍ପାଦକ ପ୍ରବୀଣଙ୍କ ସହ ମିଶି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ସହ ଭୁବନେଶ୍ଵର ମହା ନଗର ନିଗମର ମେୟର ସୁଲୋଚନା ଦାସ ଏବଂ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଅତିଥି ଭାବରେ ମଞ୍ଚକୁ ଆଣିବା ଦ୍ୱାରା, ଅତିଥି ମାନଙ୍କ ଠାରୁ ସାଧାରଣ ଗରିବ ନିର୍ଯ୍ୟାତିତ ଅବହେଳିତ ଲୋକଙ୍କ ପାଇଁ ଅନେକ ସରକାରୀ ସାହାଯ୍ୟ ଘୋଷଣା ହେଇପାରିଥିଲା। ପ୍ରତିଶୃତି ବଦ୍ଧ ଆନ୍ତର୍ଜାତିକ ମାନବାଧିକାର ପରିଷଦର କର୍ମୀମାନେ ଆଗାମୀ ଦିନରେ ଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରି ଉପେକ୍ଷିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟିତ ହେବେ,ଏଥିରେ ସନ୍ଦେହ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!